Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahil Kumar Das

Abstract

3.9  

Sahil Kumar Das

Abstract

ଦେଖିଚ ଏମିତି ରାଇଜ ?

ଦେଖିଚ ଏମିତି ରାଇଜ ?

1 min
2.8K


ଦେଖିଚ ଏମିତି ରାଇଜ ?

ଦେଖ ମୋ ସ୍ବପ୍ନର ରାଇଜ

କେତେ ମିଠା ରଙ୍ଗ, ରୂପ

କଳା, ସଂସ୍କୃତି, ବୈଭବ୍ୟ, ଭାସ୍କର୍ଯ୍ୟ

ଭାଷା, ଭାଇଚାରା, ଆଧ୍ୟାତ୍ମ୍ୟ, ପ୍ରକୃତି ପ୍ରେମ

କେବେ ଦେଖିଚ ?

ଆଖି ପୁରେଇ ଦେଖି ନିଅ ମୋ ମନର ଝରକାକୁ

ଯେଉଁଠି ପ୍ରକୃତି ପିନ୍ଧେ ସବୁଜ ଶାଢ଼ୀ

ଘର ସବୁ ଖଞ୍ଜା ଧାଡ଼ିକି ଧାଡି

ମାଉସୀ, ମା, ବାପା, କକେଇ,

ମଉସା, ଭାଇ, ଭଉଣୀକୁ ନେଇ

ଗଡ଼ୁ ବସୁନ୍ଧା କୁଟୁମ୍ବକମ |

ଯେଉଁଠି ମୋ ମା, ମାଉସୀ, ପ୍ରେମିକା

ଖୋଷନ୍ତି ଖୋସାରେ କରମା ଫୁଲ

ସୂର୍ଯ୍ୟ ପହିଲି କିରଣରେ

ଲାଖିଯାଏ ଆମ ଆଖିରେ

ଅସରାଏ ସ୍ବପ୍ନ |

ଭାସିଆସେ ଦୂରୁ

ମହୁଲ ଫୁଲର ବାସ

ସୋରିଷ ଖେତ, ବାଜରା ଚାଷ

ପ୍ରେମର ମୂଲ୍ୟ ଆମ ପାଇଁ ସମ୍ପର୍କ

କୁହ ତ ଦେଖିଚ ଏମିତି ରାଇଜ ?

ଯେଉଁଠି ସଞ୍ଜ ଆସେ ନବ ବଧୂ ସାଜି

ନାଇଁ ରୁପା ଟିକିଲି

ବୁଢ଼ୀ ମା ଫେରେ ଧାନ ମୁଣ୍ଡେଇ

ତୁଣ୍ଡେ ବୋଲି ଢେମସା, ରସରକେଲି |

ତୋଳୁ ଏଠି ଆମେ କୁଡ଼ିଆ ଘର

ସହର ଠାରୁ ବହୁତ ଦୂର

ଦାଣ୍ଡରେ ପକେଇ ଧାନ ମହଣ

ଢ଼ିଙ୍କି କୁଟା ଧାନ କରୁ ଉତ୍ପନ

ଏକାଠି ପାଳୁ ବାହା ପୁଆଣି

ରାଇଜ ନୁହେଁ ଏ ମୋ ରାଜ ଦୁଲଣୀ |


Rate this content
Log in

Similar oriya poem from Abstract