STORYMIRROR

Sahil Kumar Das

Others

3  

Sahil Kumar Das

Others

ବିସିକେଶନ

ବିସିକେଶନ

1 min
11.9K


ଗାଁ ଦାଣ୍ଡ ମାଟି ଗୋଧୂଳି ବେଳ

କଳା କାନ୍ଥ ମାଟି ଉପରେ ଚାଳ

ଗୋଲାପୀ ସଞ୍ଜରେ ଗୋରୁ ବାହୁଡା

ଜେଜେ ମା' କାହାଣୀ ଉଡ଼ନ୍ତା ଘୋଡା

ବିଜୁଳି ବିହୀନ ଡିବି ଆଲୁଅ

ପଡୋଶୀ ଘର ବେତାର ସୁର

ସାଙ୍ଗସାଥି ଖେଳ ରାଜା ପରଜା

ରଜାଙ୍କ ହୁକୁମ ଖେଳର ମଜା

ଲୁଚକାଳି ଖେଳ ଗୋହିରି ତଳେ

ଖରା ଦିନ ଛୁଟି ତୋଟା ତମାଳେ

କୁଅଁର ପୁନେଇଁ କବାଡି ଜିଦି

ପୁରୁଷାର୍ଥଟିକୁ ନେଉ ପରଖି

ସୁଅ କଟା ପୁଣି ନଈ ପହଁରା

ବାପାଙ୍କ ଛାଟର ମୁଷଳ ଧାରା

ନଈ ବଢି ବେଳ ମାଛ ତିଅଣ

ଦୋଳ ହୋଲି ଖେଳ ଋତୁ ଫଗୁଣ

ହଜିଗଲାଣି ହେ ବିସିକେଶନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍