STORYMIRROR

Sahil Kumar Das

Abstract Inspirational

2  

Sahil Kumar Das

Abstract Inspirational

ଦିଅ ତାଙ୍କୁ ମୁକ୍ତ କରି

ଦିଅ ତାଙ୍କୁ ମୁକ୍ତ କରି

1 min
2.8K


ଉଦାରତା ଏତେ ଦେଖାଉଛ କାହିଁ

ଘରେ ପୋଷି ଶୁଆଶାରୀ

ବାସ୍ତବିକ ଯଦି ଉଦାର ତୁମେ

ଦିଅ ତାଙ୍କୁ ମୁକ୍ତ କରି |


ଚାଖନ୍ତୁ ଥରେ ମୁକ୍ତାକାଶ ସ୍ୱାଦ

ସ୍ୱାଧୀନତା କାଦମ୍ବରୀ

ବାସ୍ତବିକ ଯଦି ଉଦାର ତୁମେ

ଦିଅ ତାଙ୍କୁ ମୁକ୍ତ କରି |


ଲୁହା ପଞ୍ଜୁରୀ ଷ୍ଟିଲଥାଳି ଭାତ

ଅଲୋଡ଼ା ଅଦରକାରୀ

ବାସ୍ତବିକ ଯଦି ଉଦାର ତୁମେ

ଦିଅ ତାଙ୍କୁ ମୁକ୍ତ କରି |


କେତେ ଦିନ ଆଉ ହୀନିମାନ

ହେବେ, ଦୁହେଁ ଶୁଆଶାରୀ

ବାସ୍ତବିକ ଯଦି ଉଦାର ତୁମେ

ଦିଅ ତାଙ୍କୁ ମୁକ୍ତ କରି |


Rate this content
Log in

Similar oriya poem from Abstract