STORYMIRROR

Balaram Barik

Action Thriller

4  

Balaram Barik

Action Thriller

ଭଗବା-ଇ-ପାକିସ୍ତାନ

ଭଗବା-ଇ-ପାକିସ୍ତାନ

1 min
243


ହେ ମୁଢ ପାକିସ୍ଥାନ 

ଶୁଣ କାନ ଡେରି ଥରେ

ମୋ ଦେଶ ଆତ୍ମାର ସ୍ୱର।


ସେ କାଳ ଆଉ ନାହିଁରେ ଧନ

କୁମ୍ଭୀର କାନ୍ଦଣା କାନ୍ଦିବ 

ଫିରଙ୍ଗି ମାନଙ୍କ ନିକଟର।


କେହି ଶୁଣିବେ ନାହିଁ ତୁମକୁ 

ମାଉଣ୍ଟବ୍ୟାଟେନ ଅବା ରେଡ଼ କ୍ଲିଫ୍ 

ଶୁଖିନି ,ଏବେ ବି ଘା ବିଭାଜନର।


ଦେଖୁ ବିଶ୍ୱ ମୋ ଦେଶ ଏବେ

ସ୍ୱୟଂମ୍ଭୁ ସାଜିଛି ଜଗତେ

ଗଗନେ ପବନେ ଜୟ ଜୟ କାର।


କରାଳ କୁଚକ୍ରେ ହରାଇଛେ ଆମେ

ବିଶାଳ ସାମ୍ରାଜ୍ୟକୁ ଆମ୍ଭର 

ଅଖଣ୍ଡ ଭାରତ ନୁହେଁ ଆଉ ବେଶୀଦୂର।


ଶୁଣ ମୌଲାନା ଶୁଣ ଆଇ:ଏସ୍ :ଆଇ

କାଶ୍ମୀର ରେ ଲୁଚକାଳି ଖେଳ

ବନ୍ଦ ହେବ ସମ୍ପୂର୍ଣ୍ଣ ତୁମର।


ଜେହାଦ୍ ନାମରେ ବଳି ପକାଅନି

ନିରୀହ ମୁସଲମାନ ଯୁବକଙ୍କୁ

ଦିଅ ତାଙ୍କୁ ଶିକ୍ଷାର ଅଧିକାର।


ଶୁଣିରଖ ଦେଶଦ୍ରୋହୀ ଶକ୍ତି ଯେତେ

ଗୃହଭେଦି କେତେଦିନ ସାଯିବ

ହିସାବ ହେବ ତୁମ ବରାବର।


ବୁଝିଯାଅ ଆତଙ୍କର ଜନ୍ମଦାତା

ତୁମ "ଗଜବା-ଇ-ହିନ୍ଦ" ସ୍ୱପ୍ନକୁ 

"ଭଗବା-ଇ-ପାକିସ୍ତାନ" କରିବୁ ଏଥର।


ମହା ଆକାଶରେ ଉଡିବ ତ୍ରିରଙ୍ଗା

ପୁଣି ବୈଭବଶାଳୀ ଭାରତ ସାଯିବ

ବାଜୁ ପଞ୍ଚଜନ୍ୟ ଆଜି ଘନଘୋର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action