STORYMIRROR

Balaram Barik

Inspirational

3  

Balaram Barik

Inspirational

ଲୋ କୁନ୍ତି

ଲୋ କୁନ୍ତି

1 min
255

ଲୋ କୁନ୍ତୀ.......


ଅବୈଧ୍ୟ ପରୀକ୍ଷଣ ସଦା ବର୍ଜନୀୟ ,

ସେ ଭୁଲ କୁ ତୁ କଲୁ।

ତୋ ଲାଗି ପତିତ ହେଲା ଧନୁର୍ଦ୍ଧର

ତୁ ଲୋକହସା ତାକୁ କଲୁ।


ଲୋ କୁନ୍ତୀ....


ଅସଙ୍ଗତେ ପଡି ସାଜିଲା ଅଧର୍ମୀ 

ହେଲା ସାଥି ଅଧର୍ମର 

ମିଛୁଆ ହୋଇଣ ଶିକ୍ଷା ସେ ପାଇଲା

ଶେଷ ଯୁଧ୍ୟ ହେଲା ପଣ୍ଡୁର।


ଲୋ କୁନ୍ତୀ.....


ତୋ ସମ୍ମାନ ପାଇଁ ସେ ହେଲା ଇତ୍ତର

ନିଜ ସମ୍ବନ୍ଧି ତାକୁ କଲେ ହତାଦର।

ମିଳିଲା ନି ତାକୁ ତାର ଅଧିକାର

କହ ତୁ କାହିଁକି ହେଲୁ ଯେ ନିଷ୍ଠୁର।


ଲୋ କୁନ୍ତୀ.....


ଆଖି ବନ୍ଦ କରି ନେଲୁ ତୁ ନିଷ୍ପତି।

ପାଇଲା ଦ୍ରୌପଦୀ ପୁଣି ପାଞ୍ଚପତି।

ସ୍ବଧର୍ମ ପାଳନେ ହେଲେ ସବୁ ବ୍ରତୀ।

ହୋଇ ନିଜ ନିଜ ଧର୍ମରୁ ବିଚ୍ୟୁତି।


ଲୋ କୁନ୍ତୀ....


ଶିଖୁ ଏ ଜଗତ ତୋ'ରି ଭୁଲରୁ ।

ଦୂର ସଦା ରହୁ ସତ୍ୟ ଲୁଚାଇବାରୁ।

ଭାଇର ମସ୍ତକ ଭାଇ କାଟିଲା କାନ୍ଧରୁ।

ମହାଭାରତ ହୋଇଲା ଝିମିଟି ଖେଳରୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational