STORYMIRROR

Panchanan Jena

Abstract Thriller

4  

Panchanan Jena

Abstract Thriller

ବଦଳି ଯାଇଛି

ବଦଳି ଯାଇଛି

2 mins
226


ଟିକେ ଶୁଣିବେ କି !

ମୁଁ ବଦଳି ଯାଇଛି 

ନିଜକୁ ବଦଳେଇ ପାରିଛି

ଓଜନ ନ କମେଇ ବି ହାଃ .... ହାଃ

ବହୁତ ହାଲୁକା ଲାଗୁଛି ।


ବାହାରୁ ଦିଶୁଛି ପୂର୍ବପରି

ସେହି ବେଶଭୂଷା ଆଗପରି

କିନ୍ତୁ ଆଜିକାଲି

ଅନ୍ତଃକରଣରେ ନିରନ୍ତର

ଚେତନା ଚିନ୍ତନରେ କୁଶଳ କାରିଗର

ବ୍ୟବହାରରେ ନବ କଳେବର କରି ସାରିଛି

ମୁଁ ବଦଳି ଯାଇଛି ।


ରାଗ ଆଜି ବି ନାକ ଅଗରେ

ଘୂରି ଘାରି ଛିଣ୍ଡେ ତୁମ ଉପରେ

କିନ୍ତୁ ଆଜିକାଲି

ସେହି କ୍ଷଣକୋପୀ ରାଗ ବାଣକୁ

ଧୌର୍ଯ୍ୟର ଲଗାମ ରେ ବାନ୍ଧିପାରିଛି 

ମୁଁ ବଦଳି ଯାଇଛି ।


ତୁମ ସହିତ ବେତୁକୀ ବକର୍ ବକର୍

ଅନ୍ତହୀନ କହିବାକୁ ଇଚ୍ଛା ବଳବତ୍ତର

କିନ୍ତୁ ଆଜିକାଲି

ମୁଁହ କୁ ମୁଁହ ଯୋଡି ଖୋଲିବାକୁ ବାକ୍ୟ ପେଡି

 ବେଗବତୀ ଉଚ୍ଛାକୁ କବର ଦେଇ ସାରିଛି 

ମୁଁ ବଦଳି ଯାଇଛି ।


ତୁମକୁ ନ ପରଷିଲେ ଖାଦ୍ୟ ଖାଇବା ମନା

ବିଳମ୍ବ ରାତି ଯାଏ ଅପେକ୍ଷା ନିତି ବାହାନା

କିନ୍ତୁ ଆଜିକାଲି

ଭୋକ ଲାଗିବା ଆଗରୁ ଉଦର ଶାନ୍ତି କରୁଛି 

ଅପେକ୍ଷା କରିବାର ଅନ୍ଧ ପରମ୍ପରା ଦ୍ଭାଙ୍ଗିଦେଇଛି

ମୁଁ ବଦଳି ଯାଇଛି ।


ଦିନରୁ ରାତି ଚକ୍ର ପରି ଜୀବନର ଗତି

କଟୁକ୍ତି ଗର୍ଜନ ତର୍ଜନରେ ଥରିଯାଏ ଛାତି

କିନ୍ତୁ ଆଜିକାଲି

କଣ୍ଟକିତ କଷ୍ଟର ତୀକ୍ଷଣ ପ୍ରହାରକୁ ଛୁପେଇ ଲୁଚେଇ

ପ୍ଲାଷ୍ଟିକ ହସରେ ପରିସ୍ଥିତି ସମ୍ଭାଳି ନେଉଛି

ମୁଁ ବଦଳି ଯାଇଛି ।


ଚବିଶ ଘଣ୍ଟା ଆଦେଶର ଫର୍ଦ୍ଦ ଫର୍ଦ୍ଦ କୁହାଟ

ବସିବା ପୂର୍ବରୁ ନୂଆ ଅର୍ଡର ତୟାର ଭଚ୍ଚାଟ

କିନ୍ତୁ ଆଜିକାଲି

ମୁରୁକି ହସର ଠାଣିରେ ଆଦେଶର ବାଣୀକୁ

ଅନ୍ୟ ପାଇଁ ପାସ୍ କରି ଖସିଯିବାର ଯାଦୁ ଶିଖି ଯାଇଛି 

ମୁଁ ବଦଳି ଯାଇଛି ।


ସମସ୍ତଙ୍କ ପରି ସୁକୁମାରୀ ତନୁ ବଲ୍ଲରୀ ଅଛି

ମନ ଖଟରେ ଜ୍ଵଳନ୍ତ ଯାନ୍ତବ କ୍ଷୁଧା ଶୋଇଛି

କିନ୍ତୁ ଆଜିକାଲି

ଅସୁସ୍ଥତାର ବାହାନା କରି କଡ଼ ଲେଉଟାଇ

ତୁମର ଆଦିମ ଇଛାକୁ ରୋକି ପାରୁଛି 

ମୁଁ ବଦଳି ଯାଇଛି ।


ଚାବିଦିଆ ଖୋଳଣା ଗହଣା ଥିଲି ବି ଅଛି

ହାତ ବାରିସି କ୍ରୀତଦାସୀ ଆଜି ବି ବଂଚିଛି

କିନ୍ତୁ ଆଜିକାଲି

ଅତ୍ମମନ୍ଥନର ତାଳେ ତାଳେ ଆତ୍ମସମ୍ମାନ 

ଦୁର୍ବଳା ନୁହେଁ ମୁଁ ଶଶକ୍ତିକରଣ ସ୍ୱାଭିମାନ ସାଜିଛି

ମୁଁ ବଦଳି ଯାଇଛି ।


କଡ଼ା ଭାଷାର ବର୍ଷଣ ଥମିନି ଏ ସନ

ବାପା ବୋଉ ନାଁରେ ଅଭଦ୍ର ସମ୍ଭାଷଣ

କିନ୍ତୁ ଆଜିକାଲି

ଗାଳି କୁ ଚଳୁ କରିବାର ବିଧି ଶିଖି ନେଇଛି

ଲୁହ ନ ଝରେଇ ଡିଜିଟାଲ ଆନନ୍ଦରେ ବୁଡି ରହୁଛି 

ମୁଁ ବଦଳି ଯାଇଛି ।


ସ୍ନେହ ପ୍ରେମର ଅନନ୍ତ ପାରାବାର ଢ଼େଉ

ସହିଯିବାର ତୁଠପଥର ଅର୍ଦ୍ଧାଙ୍ଗିନୀ ସହୁ

କିନ୍ତୁ ଆଜିକାଲି

ଇଜ୍‌ଡ ଦେଲେ ସମ୍ମାନ ଦେବି ମୁଣ୍ଡିଆ ମାରିବି

ନାଲି ଆଖି ଆଗରେ ହିଁ ହିଁ କରି ପିଇ ଯିବାର ବିଦ୍ୟା ଜାଣି ଯାଇଛି

ମୁଁ ବଦଳି ଯାଇଛି

ନିଜକୁ ବଦଳେଇ ପାରିଛି

ଓଜନ ନ କମେଇ ବି ହାଃ.... ହାଃ....

ବହୁତ ହାଲୁକା ଲାଗୁଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract