ଶୁଆଇ ଦିଅନା ପବିତ୍ର ଆଶାକୁ
ଶୁଆଇ ଦିଅନା ପବିତ୍ର ଆଶାକୁ
ଭାରତ ସୀମାନ୍ତ ହେଉଛି ଅଶାନ୍ତ
ଶତ୍ରୁ ଉଠିଲାଣି ମାତି
ସତର୍କ ସଜାଗ ଭାରତ ସୈନିକ
ନାଶିବ ହୀନ ଅରାତି ।
ଡ଼ରିବ ନାହିଁ ସେ କାହାର ଧମକେ
ସହିବନି ନାଲି ଆଖି
ସ°ହାର କରିବ ହୋଇ କାଳଯମ
ପାତିବ ସ°ଗ୍ରାମେ ଛାତି ।
ସିଂହ ସମ ଯୁଦ୍ଧେ ଛାଡିବ ହୁଙ୍କାର
ଖେଳିଯିବ ରକ୍ତେ ହୋଲି
ଗୋଟି ଗୋଟି ଶତ୍ରୁ ମୁଣ୍ଡକୁ ମୋଡିବ
ଦେବ ପଛେ ଆତ୍ମବଳି ।
ପଛଘୂଞ୍ଚା ନାହି
ଁ ବୀରର ଜାତକେ
ନୁହେଁ ସିଏ କାପୁରୁଷ
ଲଢିପାରେ ସିଏ ସମ୍ମୁଖ ସମରେ
ବିଶ୍ୱାସେ ଦିଏନି ବିଷ ।
ରହିଛି ଜାଗ୍ରତ ସଦା ସୁପ୍ରସ୍ତୁତ
ସୈନିକ ବୀର ଅର୍ଜୁନ
ମାନିବନି ସିଏ ପର୍ବତ ବନ୍ଧୁର
ପ୍ରକୋପ ଶୀତ ବନ୍ଧନ ।
ଶୁଆଇ ଦିଅନା ପବିତ୍ର ଆଶାକୁ
ଜାଳିଦିଅ ଦେଶପ୍ରେମ
ପ୍ରିୟ ଦେଶବାସୀ କୃଷକ ଶ୍ରମିକ
ରଣବୀର ହେ ଜବାନ ।l