STORYMIRROR

Giridhari Sahu

Drama Inspirational Thriller

4  

Giridhari Sahu

Drama Inspirational Thriller

ବିବେକ କି ମୋର ନାହିଁକି?

ବିବେକ କି ମୋର ନାହିଁକି?

1 min
2K


କହରେ ସନିଆ ଖୋଲି କହ ମତେ

ଦୁଃଖ ଅଛି ଯେତେ ମନରେ

ସବୁ ଅଭାବ ତୋ' ପୁରଣ କରିବି

ହାତରୁ ସାରି ମୋ' ଧନରେ ।।

ଚାଳ କୁଡିଆଟା ପକ୍କା କରି ଦେବି

ଇନ୍ଦିରା ଆବାସ ଲେଖେଇ

ଚାଷୀ ଋଣଟିଏ କରେଇ ଦେବି ମୁଁ

ମୋ' ଜମି ଖଣ୍ଡିକ ଦେଖେଇ ।।

ଫେରେଇ ଆଣେ ତୁ ପୁଅକୁ ତୋହର

ବିଦେଶରେ କେତେ ଖଟିବ

କିଛି ଦିନ ପାଇଁ ବୁଲୁ ମୋ' ସାଥିରେ

ଭାଗ୍ୟ ତା'ର ନିଶ୍ଚେ ଫିଟିବ ।।

ସରପଞ୍ଚ ଯଦି ହେଲି ମୁଁ ଏଥର

ଦେଖିବୁ ମୁଁ କ'ଣ କରିବି

ଦି' ଚାରି ମାସରେ ହଟେଇ ଦେବି ମୁଁ

ଅଛି ଯେତେ ତୋ'ର ଗରିବୀ ।।

ଏଥର ଭୋଅଟ ମୋତେ ଦେବୁ ବୋଲି

କହ ତୁଳସୀ କୁ ଛୁଇଁକି

ବୟସରେ ମୋର ସାନ ହୁଅ ପଛେ

ପ୍ରଣାମ କରୁଛି ନଇଁକି ।।

ହୁଅ ନାହିଁ ଏତେ ଆତୁର ସାଆନ୍ତେ

ତୁମେ ହିଁ ତ ରାଜା ଆମର

ନବଦଳୁ ପଛେ ଏ ପୋଡା ଭାଗ୍ୟଟା

ପ୍ରଜା ସବୁବେଳେ ତୁମର ।।

ହେଲେ ଯେ ସାଆନ୍ତେ ଗତଥର ପରି

ପଡିବିନି ତୁମ ଜାଲରେ

ରାଣ ନିୟମ ମୁଁ ନେବିନାହିଁ ଆଉ

ଖାଇବିନି ମାଡ ଗାଲରେ ।।

ପାଞ୍ଚଶ ଟଙ୍କାରେ ପାଞ୍ଚ ବରଷକୁ

ବନ୍ଧା ମୁଁ ପଡିବି କାହିଁକି

ମତ ଦେବା ମୋ'ର ମୂଳ ଅଧିକାର

ବିବେକ କି ମୋ'ର ନାହିଁକି ??


Rate this content
Log in

Similar oriya poem from Drama