Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Giridhari Sahu

Romance Tragedy Inspirational

4.3  

Giridhari Sahu

Romance Tragedy Inspirational

ଅଢେଇ ଦିନର ପ୍ରେମ

ଅଢେଇ ଦିନର ପ୍ରେମ

1 min
365


ସାଙ୍ଗ ପାଇଁ ସାଙ୍ଗ ଜୀବନ ଦିଅନ୍ତି

ଶୁଣିଥିଲି ଏଇ କାନରେ

ସ୍ବାର୍ଥ ପାଇଁ ସାଙ୍ଗ ଜୀବନ ନିଅନ୍ତି

ଏ କଥା ବି ଅଛି ଧ୍ଯାନରେ ।

ଯେଉଁ ମାଆ ତୋତେ ନମାସ ନଦିନ

ଗର୍ଭରେ ସାଇତି ଧରିଲା

ନିଜେ ନଖାଇକି ତୋ'ର ସେ ପେଟକୁ

ଆନନ୍ଦ ମନରେ ଭରିଲା ।

ବାପା ସହିଗଲା ଶୀତ ରାତି ସବୁ

ପିଠି ଦେଖାଇଲା ଖରାକୁ

ତୋତେ ପାଇ ଗର୍ବେ ଫାଟି ପଡୁଥିଲେ

ସରା ମଣୁଥିଲେ ଧରାକୁ ।

ଏ ସବୁ ନଥିଲା କର୍ତ୍ତବ୍ୟ ତାଙ୍କର

ପ୍ରେମ ହିଁ ତ ଥିଲା ମନରେ

କରିଗଲେ ସବୁ ଯେତକ ଯତନ

ଲୋଭ ନରଖିକି ଧନରେ ।

ତିରିଶ ବର୍ଷର ପ୍ରେମ ଆଜି ତୋତେ

ଅଲୋଡା କାହିଁକି ଲାଗିଲା

ଅଢେଇ ଦିନର ପ୍ରେମଟା କି ପ୍ରେମ

ହୃଦୟଟା ପୁଣି ଭାଙ୍ଗିଲା ।

ଜାଣି ପାରିଲୁନି କେନ୍ଦେରେ ମେନ୍ଦେରେ

ପ୍ରେମ ପତିଆରା ନାଟକୁ

କାପୁରୁଷ ପରି ବାଛି ନେଇଗଲୁ

ଆତ୍ମହତ୍ୟା ପରି ବାଟକୁ ।

ମିଛ ମାୟା ଏହି ଦୁନିଆ ଭିତରେ

କ୍ଷଣସ୍ଥାୟୀ ସବୁ ସତରେ

ମାତା ପିତାଙ୍କର ପ୍ରେମ ହିଁ ନିଃସ୍ବାର୍ଥ

ଲେଖୁଛି ଆଜି ମୋ' ମତରେ ।


Rate this content
Log in

Similar oriya poem from Romance