STORYMIRROR

Giridhari Sahu

Inspirational Others Children

3  

Giridhari Sahu

Inspirational Others Children

ଆମ ଓଡ଼ିଶା

ଆମ ଓଡ଼ିଶା

2 mins
238


ମାଟିତ ମାଟି ଓଡିଶା ମାଟି ଚନ୍ଦନ ପରି ବାସେ

ତା' ବିଲ ବଣ ପାହାଡ ନଦୀ ନାହିଁରେ କେଉଁ ଦେଶେ ।।

ତା' ପରାକ୍ରମ ଇତିହାସରେ ହୋଇଛି କେତେ ଲେଖା

ତା'ରି କଳା ସୁରଭି ମାଳା ସବୁଠି ମିଳେ ଦେଖା ।।

କୋଣାରକ ଯେ ଅଛି ତା' ସାକ୍ଷୀ ଗରିମା ଦେହେ ଧରି

ବାରବାଟୀର ଦୂର୍ଗେ ଶୁଭେ ବୀରର ଯୁଦ୍ଧ ଭେରୀ ।।

ଫିରଙ୍ଗି ସେନା ହଟେଇ ଦେଲେ ବକ୍ସି ଜଗବନ୍ଧୁ

ମାନବ ସେବା ଶିଖାଇ ଥିଲେ ଆମରି ଗୋପବନ୍ଧୁ ।।

ପାଇକ ପୁଅ ଭିଡିଣ ଅଣ୍ଟା ଜୀବନ ଦେଲେ ବଳି

ଓଡିଆ ଟାଣ ଦେଖିଣ ପରା ଫିରଙ୍ଗି ଗଲେ ଟଳି ।।

ବୀରତ ବୀର ଏଇ ମାଟିର ବାଜି ରାଉତ ଦେଖ

ଜୀବନ ଦେଇ ଜନ୍ମଭୂମିର ରଖିଲେ ପରା ଟେକ ।।

ଅନେକ ବୀର ଜନମି ଏଠି ରଚିଲେ ଇତିହାସ

ସେ କଥା ଏଠି ଗାଇଲେ ପରା ହେବ ନାହିଁରେ ଶେଷ ।।

ଓଡିଶୀ ନାଚ ବିଶ୍ବ ପ୍ରସିଦ୍ଧ ପ୍ରସିଦ୍ଧ ତା'ର ଗୀତ

ସମତା ପଥେ ପତାକା ବାହି ହସନ୍ତି ଜଗନ୍ନାଥ ।।

ପୂଣ୍ଯ ଭୂମି ଓଡିଶା ଭୂମି ନାହିଁ କେ ତା'ର ତୁଲ୍ୟ

ତା' ପାଇଁ ଯଦି ଜୀବନ ଯାଏ ହେବରେ ସେଇ ମୂଲ୍ଯ ।।

ଭାଷାତ ଭାଷା ଓଡିଆ ଭାଷା ଲାଗଇ ଭାରି ମିଠା

ତା' ପୂଜା ପର୍ବ ଗରବ ଆମ ତା'ରି ପଣା ପିଠା ।।

ପଖାଳ ସାଥେ ସକାଳ ହୁଏ ସୂରୁଜ ଆସେ ଉଇଁ

ଓଡିଆ ପୁଅ ବିଲରେ ପଶେ ହାତେ ଲଙ୍ଗଳ ନେଇ ।।

ସାଧବ ପୁଅ ବଣିଜ ସାରି ଆଣେ ଅମାପ ଧନ

ଦେଶେ ବିଦେଶେ ଏବେବି ପରା ରହିଛି ତା'ର ଚିହ୍ନ ।।

ମହାଭାରତ ରାମ ଚରିତ ଲେଖା ଅନେକ ଗ୍ରନ୍ଥ

ସବୁଠି ପୂଜା ପାଏରେ ଆଜି ଓଡିଆ ଭାଗବତ ।।

ରାଓଙ୍କ ଠାରୁ ଦାସଙ୍କ ଯାଏଁ ସଭିଙ୍କ ଅବଦାନ

ଏଇ ମାଟିକୁ ସ୍ବତନ୍ତ୍ର କଲେ ରଖିଲେ ତା'ର ନାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational