STORYMIRROR

Giridhari Sahu

Romance Inspirational Others

2  

Giridhari Sahu

Romance Inspirational Others

କୋରୋନା

କୋରୋନା

1 min
140

ଉଇଁବି ଉଇଁବି ହେଉଛି ତପନ

ବାକି ଅଛି ଆଉ ଅଳପ ରାତି

ଧର୍ଯ୍ୟ ହରା ଆଉ ହୁଅନା ଏମିତି

ହାତ ଯୋଡି ମୁଁ ଯେ କରେ ମିନତୀ

କିଛି କ୍ଷଣ ପରେ ମଥାରୁ ଆମର

ଟଳିଯିବ ନିଶ୍ଚେ ଏଇ ବିପଦ

ଫେରି ଆସିବ ସେ ସୁଖର ଦିନ ଯେ

ମନେ ରହିବନି କିଛି ବି ଖେଦ

ଭାଙ୍ଗିଯିବା ନାହିଁ ବିପଦକୁ ଡରି

ଈଶ୍ୱରଙ୍କ ଠାରେ ରଖିବା ମତି

ବିଶ୍ୱାସରେ ବିଶ୍ୱ ଚଳମାନ ପରା

ଜଳାଇ ରଖ ହେ ଆଶାର ବତୀ

ଆମରି ହିତରେ ସରକାର ଯଦି

ତିଆରିଛି କିଛି ନୀତି ନିୟମ

ସେଇ ନିୟମକୁ ପାଳନ କରିବା

ମିଥ୍ୟା କଥା ଶୁଣି ନହୋଇ ଭ୍ରମ

ଘରୁ ଯେବେ ତୁମେ ନବାହାରି ପଦାକୁ

ସୁଖ ଦୁଃଖ ନେଇ ଚଳେଇ ଦେବ

କୋରାନା ଭୁତାଣୁ ଆପେ ହାରିଯାଇ

ଆମ ଦେଶ ଛାଡି ପଳେଇ ଯିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance