STORYMIRROR

Giridhari Sahu

Inspirational

3  

Giridhari Sahu

Inspirational

ଫିକା ଫିକା

ଫିକା ଫିକା

1 min
214

ଫିକା ଫିକା ଲାଗେ ଫଗୁଣଟା ଏଠି

ପ୍ରେମ ଭାଙ୍ଗେ ଯଦି ଥରେ

ଫିକା ଲାଗେ ପୁଣି ଶାଳିଟେ ନଥିଲେ

ନିଜର ଶଶୁର ଘରେ ll


ଫିକା ହୋଇଯାଏ ଦରମାଟା କିଆଁ

ଉପୁରିଟା ଯଦି ମିଳେ

ଫିକା ହୋଇଯାଏ ପଡୋଶୀ ମୁହଁଟା

ଭଲରେ କେ' ଯଦି ଚଳେ ll


ଫିକା ଫିକା ଲାଗେ ବଗିଚାଟା ପୁଣି

ଗୋଲାପ ନଥିଲେ ଫୁଟି

ଫିକା ଲାଗେ ପରା କଲେଜ ପଢ଼ାଟା

ପାଖରେ ନଥିଲେ ସ୍କୁଟି ll


ଫିକା ଦିଶେ ନଭ ତାରାଙ୍କ ଗହଣେ

ନଥିଲେ ରୂପେଲି ଜହ୍ନ

ଫିକା ପଡ଼ିଯାଏ ରକ୍ତର ସମ୍ପର୍କ

ଯଦି କେ ନବୁଝେ ମନ ll


ଫିକା ଲାଗେ କିଆଁ ଘରଣୀ ମୁହଁଟା

ପର ଘରଣୀକୁ ଦେଖି 

ଫିକା ଫିକା ଲାଗେ ଛନ୍ଦ ବିନା ଗୀତ 

କି ଲାଭ କବିତା ଲେଖି ।।


ସାଥେ ସାଥେ ଯାହା ଅଛି ତୁମ ପାଶେ

ଭାବ ତା'ର ଲାଗେ ଫିକା 

ବଞ୍ଚି ଯେ ଜାଣେନି "ଜୀବନ" ତା' ପାଇଁ 

ଫିକା ଫିକା ଫିକା ଫିକା ।।


ଫିକା ଲାଗେ ସତ ହରି ଭଜନଟା

ଆଖିରେ ନଥିଲେ ଲୁହ

ଫିକା ଲାଗୁଛି କି କବିତାଟି ମୋର

ପଢ଼ି ସତ କଥା କୁହ ????



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational