STORYMIRROR

Giridhari Sahu

Romance Fantasy

4  

Giridhari Sahu

Romance Fantasy

ବିନା ଶବ୍ଦରେ ଲେଖିଛି ଯାହା

ବିନା ଶବ୍ଦରେ ଲେଖିଛି ଯାହା

1 min
207

ଫୁଲଠୁ କୋମଳ ତୋ' ତନୁ ନିର୍ମଳ

ତୋଫା ଜହ୍ନ ପରି ଦିଶେ

ତମସା ତୋ' ଆଗେ ନତଜାନୁ ହୋଇ

ମଥା ପାତି ତଳେ ବସେ ।।

ତୋ' ନେତ୍ର ଯୁଗଳ ସପ୍ତ ସାଗରର

ଲାଗେ ସେ ଅନ୍ତିମ ଢେଉ

ଅସ୍ତଗାମି ରବି ରକ୍ତିମ ରଙ୍ଗରେ

ନିତି ତୋ' ଅଧର ଧୋଉ ।।

କୁଆଁ ତାରା ପରି ଚମକି ଉଠୁଛି

କପାଳ ଟୀକାଟି ସତେ

ତୋ' ରୂପ ମାଧୁର୍ଯ୍ୟ ମଧୁମୟ ପୁଣି

ମାଦକତା ଭରେ ଯେତେ ll

ଚାହାଣି ତୋ' ଲାଗେ ଉଦ୍ଦୀପନା ଭରା

ମହୁଲି ନିଶାଠୁ ବଳି

ଏ ଯାଏଁ ଜନ୍ମିନି ଏମିତି କବି କେ'

ଦେବ ତୋ' ରୂପକୁ କଳି ll

ତୋ' ଲାଗି ଲେଖନୀ ଲକ୍ଷଚୁତ ହୁଏ

ସ୍ୟାହି ଛାଡିଦିଏ ସ୍ଥାନ

ବାଜି ଲଗା ପ୍ରାଣ ବୃଥା ହୁଏ ଚେଷ୍ଟା

ଭାଙ୍ଗି ଯାଏ ମୋର ଧ୍ୟାନ ll

ତୋ' ମୁଖ ମଣ୍ଡଳ ଦର୍ଶନ ମାତ୍ରକେ

ହିଆର କମ୍ପନ ବଢେ

ଭାଙ୍ଗି ଯିବ ଜାଣି ସ୍ବପ୍ନର ସୌଧ

ଏକା ଏକା ବସି ଗଢେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance