Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Giridhari Sahu

Drama Inspirational Others

4.7  

Giridhari Sahu

Drama Inspirational Others

ଆମେ ହିଁ ତାଙ୍କର ଚାବି

ଆମେ ହିଁ ତାଙ୍କର ଚାବି

1 min
388


ମନା କରୁ କରୁ କେଜାଣି କାହିଁକି

ଭୋଅଟରେ ଗଲ ମାତି

କାମ ଧନ୍ଦା ଛାଡି ବୁଲୁଛ ଏମିତି

ଜାଣୁନାହଁ ଦିନ ରାତି ।

ଗଲା ଥର ପରା ବୁଲିଥିଲ କେତେ

କି ଲାଭ ତୁମର ହେଲା

ଆମ ଭାଗ୍ଯ ଧରି ଆମେ ତ ଚଳିଲେ

କିଏ ବା ଆମକୁ ଦେଲା ।

ଟଙ୍କା ପାଞ୍ଚ ଶହ ହାତରେ ଦେଇ ମୋ'

କହିଥିଲ ଯେଉଁ କଥା

ଏଇ ଚିହ୍ନରେ ହିଁ ଟିପ ମଡେଇବୁ

କିଣି ନେଲା ପରି ମଥା ।

ନିତି ମଦ ପିଇ ଫେରିଲ ରାତିରେ

ପରିବାର ଗଲ ଭୁଲି

ଏଣେ ସବୁ ଆମେ ଭୋକରେ ମରିଲୁ

ଘରେ ଜଳିଲାନି ଚୁଲି ।

ମଦ ମାଂସ ରେ ବୁଡି ରହିଲ ଯେ

ନିଜକୁ ଭାବିଲ ରଜା

ମୋ' ପିଠିରେ ହାତ ମାରି ସରପଞ୍ଚ

କହୁଛି ତୁମେ ମୋ' ପ୍ରଜା ।

ନା ବଦଳିଲା ଶିକ୍ଷା ସ୍ୱାସ୍ଥ୍ୟ ପୁଣି

ନା ବଦଳିଲା ରାସ୍ତା

ଚାଉଳ ପରିବା ମହଙ୍ଗା ମାଡରେ

ହେଉଛୁ ଆମେ ହୀନସ୍ତା ।

ହାତ ଗୋଡ ଧରି ନେତାଏ ଯେମିତି

ନେହୁରା ହୁଅନ୍ତି ଆସି

କୋଟିଏ ଲୁଟିଣ ଗୋଟିଏ ବାଣ୍ଟିବେ

ତଥାପି ଆମେତ ଖୁସି ।

ଆଶା ଆଶ୍ବାସନା ଦେଖାଇ ଆମକୁ

ଭରିବେ ନିଜର ପେଟ

ସବୁ ନେତା ଏଠି ଚୋର ତସ୍କର ଯେ

ଜାଣନ୍ତି ମାରିବା ଚୋଟ ।

ପାଇଗଲା ପରେ ଶାସନର ଗଦି

ନେତାଏ ହୁଅନ୍ତି ଅନ୍ଧ

କେଉଁ ଦଳର କି କର୍ମଚାରୀ ତୁମେ

ମନରେ ଆଣନ୍ତି ଦ୍ବନ୍ଦ ।

ପାଞ୍ଚ'ଶ ଟଙ୍କାରେ ବିକ୍ରି ହୁଏ ଯିଏ

ସିଏ କି କରିବ ଦାବି

ଦିନ ଆଲୁଅରେ ଲୁଟିବେ ଆମକୁ

ଆମେ ହିଁ ତାଙ୍କର ଚାବି ।


Rate this content
Log in

Similar oriya poem from Drama