STORYMIRROR

Giridhari Sahu

Drama Romance Tragedy

4  

Giridhari Sahu

Drama Romance Tragedy

ଧରି ଆଣ ସେଇ ବର୍ଷାକୁ

ଧରି ଆଣ ସେଇ ବର୍ଷାକୁ

1 min
43

ଝର ଝର ହୋଇ ବହୁଛି ଝରଣା

ସତେ ଷୋଡ଼ଶୀର ରୁପକୁ ନେଇ

କଳ କଳ ନାଦ କରେ ନଦୀ ହ୍ରଦ

ଉଛୁଳା ପୀରତି ଦେହରେ ବହି ll

ଘଡ଼ ଘଡ଼ କରି ଭାସୁଛି ବଉଦ

ସତେ କି ପ୍ରଣୟେ ଯାଇଛି ମାତି

ଧଡ଼ ଧଡ଼ ହୋଇ ପ୍ରକମ୍ପିତ ହୁଏ

ବଢ଼ି ଯାଏ ହିଆ କମ୍ପନ ଗତି ll

ଟୁପ୍ ଟୁପ୍ ହୋଇ ଓଳିରୁ ପଡୁଛି

ପ୍ରେମ କବିତାର ହୋଇ ସେ ଶବ୍ଦ

ଚୁପ ଚୁପ ଆସି ଧରଣୀ ଦେହରେ

ପ୍ରଣୟ ରଚୁଛି ଭୁଲି ସେ ହଦ ll

ସର ସର ବହି ଶୀତଳ ସମୀର

ରଚି ଦେଇ ଯାଏ ପ୍ରୀତିର ସୁଖ

ତର ତର ହୋଇ ଫେରିଯାଏ କାହିଁ

ମନ ତଳେ ଦେଇ ଅନେକ ଦୁଃଖ ll

ଥର ଥର ହୋଇ ଥରାଇ ଦେହକୁ

ନାଚଇ ମୟୂର ଦେଖି ତା' ରୂପ

ଖର ଖର ହୋଇ ଖସି ଚାଲିଗଲେ

ଆଦ୍ୟ ଆଷାଢ଼ର ଲାଗଇ ଗପ ll

ଚଡ ଚଡ଼ ହୋଇ ମାତୁଛି ଚପଳା

ଚଗଲି ଝିଅର ଚାହାଣୀ ଧରି

ଜଡ଼ ସଡ଼ ହୁଏ ଧରଣୀ ତା କୋଳେ

ଉନ୍ମାଦନା ଭରା କାହାଣୀ ପରି ll

ଫର ଫର ଉଡେ ସବୁଜ ପଣତ

ଯା ଲାଗି ପାଗଳ ଧରଣୀ ପ୍ରାଣ

ଧର ଧର ସେଇ ବରଷା ରାଣୀକୁ

ହାତ ଧରି ତା'ର ମୋ' ପାଶେ ଆଣ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama