STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଶ୍ରମଣା ଶବରୀ ଶ୍ରୀରାମ ବୃତ୍ତାନ୍ତ

ଶ୍ରମଣା ଶବରୀ ଶ୍ରୀରାମ ବୃତ୍ତାନ୍ତ

1 min
364

(ରାଗ....ରାମକେରୀ)

ଭିଲ୍ ଜନଜାତି କୁଳରେ 

ପୁଣି ଶବର ଘରେ

ଜନ୍ମିତ ଝିଅଟି ଶ୍ରମଣା 

ଡାକ ନାମ ସେ' ଘରେ

କ୍ରମେ ଅବଗତ ପ୍ରାୟତଃ

କୁଳ ସମାଜ ପ୍ରଥା

ଚଳନ୍ତି ଧାରାରେ ଅତିଷ୍ଠ 

ପ୍ରାୟ ସବୁ କୁପ୍ରଥା 

ହୁଏ ଜୀବଜନ୍ତୁ ନିଧନ

ପୁଣି ବିବାହ ଧାରେ

ନିଜକୁ ଦୂରେଇ ରଖିଲେ

ରହି ବନ ମଧ୍ୟରେ 

ଋଷି ଆଶ୍ରମରେ ଆଶ୍ରୟ

ମନେ ବିଚାରି ଧିରେ 

ଅନେକ ଋଷିଙ୍କୁ ଭେଟିଲେ

ଜ୍ଞାନ ଶିକ୍ଷା ଆଶାରେ

ନୀଚ ଜନ ଜାତି ଧାରାରେ

କେହି ଦେଲେନି ସ୍ଥାନ

ମାତଙ୍ଗ ଋଷିଙ୍କ ଦୟାରୁ 

ଶିଷ୍ୟା ରୂପେ ଆସ୍ଥାନ

ଜ୍ଞାନ ଉପଦେଶ କ୍ରମଶଃ

ଶୁଣି ପ୍ରତ୍ୟେକ ଦିନ

ଜୀବନ ମୁକ୍ତିର ରହସ୍ୟ

ଆପେ ହେଲା ଅର୍ଜନ

କ୍ରମେ ମରଣର ସମୟ

ପ୍ରାୟ ଆଗତ ଜାଣି

ଜୀବନ ମୁକ୍ତିର ଉପାୟ

ଋଷି କହିଲେ ପୁଣି

ରାମ ବନବାସ ଅବଧି

କ୍ରମେ ରହିଛି ଜାରି

ସୀତାଙ୍କ ନିଖୋଜ ପର ଠୁ 

ରାମ ଅସ୍ଥିର ଭାରି 

ଘୁରି ବୁଲୁଛନ୍ତି ପ୍ରାୟତଃ

ସୀତା ଉଦ୍ଧାର ଅର୍ଥେ

ସାଥିରେ ଅଛନ୍ତି ଲକ୍ଷ୍ମଣ

ଭାଇ,ଭାଇ ସହିତେ

ଶୁଭ ଲଗନରେ ଆସିବେ

ଏହି କୁଟୀର ଦ୍ୱାରେ

ଶ୍ରମଣା ଲଭିବ ମୁକତି

ପ୍ରଭୁ ପାଦ ସ୍ପର୍ଶରେ

ସେହି ଦିନଠାରୁ ଶ୍ରମଣା

ନିତି ରହିଛି ଚାହିଁ

ମର୍ଯ୍ୟାଦା ପୁରୁଷ-ଉତ୍ତମ

ପ୍ରତି କ୍ଷଣେ ସ୍ମରଇ 

ରାମ ଦରଶନ ହୃଦୟେ

କ୍ରମେ ବାନ୍ଧିଲା ବସା 

ଅଶ୍ରୁଳ ନୟନେ ଅପେକ୍ଷା

ପ୍ରତି ମୁହୂର୍ତ୍ତେ ଆଶା 

ବଣ ଜଙ୍ଗଲର ବେଷ୍ଟନୀ 

ମଧ୍ୟେ ଶ୍ରମଣା ବୃଦ୍ଧା 

ଅପେକ୍ଷା କରିଲା ପ୍ରଭୁଙ୍କୁ

ଭୁଲି ସକଳ ବାଧା

ନିତି ପ୍ରତିଦିନ ସଜାଇ

ରାମ ଆସିବା ପଥ

ବିଭିନ୍ନ ରଙ୍ଗର ଫୁଲରେ

ପଥ ଧାରେ ଶୋଭିତ 

ଫଳ ତୋଳି ସାରି ଚାଖଇ 

ମିଠା ଅଲଗା ରଖି

ସଂଗ୍ରହ କରିଛି ଯତନେ 

ଖଟା ମିଠା ପରଖି 

ହେଲା ଉପଗତ ସମୟ

ଭକ୍ତ ଶ୍ରମଣା ଅର୍ଥେ 

ଶ୍ରୀରାମ ସହିତ ଲକ୍ଷ୍ମଣ

ବିଜେ ହେଲେ ତ୍ଵରିତେ 

ବହୁ ଦିନ ଧରି ପ୍ରତୀକ୍ଷା 

ଆଜି ଘଟିଲା ଅନ୍ତ 

ଶବରୀ ଶ୍ରୀରାମ ସାକ୍ଷାତ 

ଭକ୍ତି ବଳେ ସଂଯୁକ୍ତ 

ବୃଦ୍ଧା ଶ୍ରମଣା ର ହୃଦୟ

ଭକ୍ତି ରସେ ପ୍ଲାବିତ

ଆସନେ ବସାଇ ପ୍ରଭୁଙ୍କୁ

ପାଦ କରିଲା ଧୌତ

ଭକ୍ତି ଭାବ ଧାରେ ପ୍ରଭୁଙ୍କୁ

ଅର୍ପି ସୁମିଷ୍ଟ ଫଳ

ହୃଦୟ ଭାବନା ଅର୍ପଣ

ମୂଳ ଲକ୍ଷ୍ୟ କେବଳ

ବାହ୍ୟ ଆଡ଼ମ୍ବରେ ଭାବରେ 

କୋଳି କେବଳ ସୂତ୍ର

ଶବରୀ ଅଇଁଠା ମଧ୍ୟରେ

ଭକ୍ତି ଭାବ ଜଡ଼ିତ

ମିଛ ମୋହ ମାୟା ସର୍ବତ୍ର

ଜୀବ ବନ୍ଧନ ଘେରେ

ଶ୍ରମଣା ଶ୍ରୀରାମ ମିଳନ

ଜୀବ ପରମ ଧାରେ

ଯେବେ ହୃଦୟରେ ସାଇତା 

ଭକ୍ତି ରୂପକ ଭାବ

ପ୍ରଭୁଙ୍କ ସାନିଧ୍ୟ ଅବଶ୍ୟ

ଯଥା ହେବ ସମ୍ଭବ

ହୃଦେ ଦ୍ରବିଭୂତ ଭକତି

ଯଦି ସର୍ବଦା ରହେ

ଯଦିଓ ଈଶ୍ୱର ଅଦୃଶ୍ୟ

କ୍ରମେ ଦର୍ଶନ ହୁଏ 

ହୃଦେ ଈଶ୍ୱରଙ୍କୁ ସ୍ଥାନିତ

ପରେ ଭକ୍ତିରେ ଲୀନ 

ଆହାର ବିହାର ଶୟନେ

ହେଉ ନାମ ସ୍ମରଣ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract