STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ପୁରୁଷୋତ୍ତମ

ପୁରୁଷୋତ୍ତମ

1 min
257


      ( ରାମକେରୀ ଛନ୍ଦ)


ବ୍ରହ୍ମାଣ୍ଡ ପାଳକ ବିଷ୍ଣୁ ସପ୍ତମ ଅବତାର ରେ

ଶ୍ରୀରାମ ରୂପରେ ଜନ୍ମି,ମର୍ଯ୍ୟାଦା-ବାନ ଆକାରେ

ପବିତ୍ର ଆର୍ଯ୍ୟାବର୍ତ୍ତରେ ମହାନତା ଗୁଣଗାନ

ମହାନ ଆତ୍ମାଙ୍କ ପ୍ରତି ଭକ୍ତି ନୈବେଦ୍ୟ ନିଦାନ

ରଘୁ ବଂଶେ ପୂତ୍ର ରୂପେ ରାଜା ଦଶରଥ କୋଳେ 

ପିଲାଦିନ ବିତିଥିଲା ଭାଇ ମାନଙ୍କର ମେଳେ 

ଗୁରୁ ଆଶ୍ରମରେ ଶିକ୍ଷା ,ସ୍ୱାଭାବିକ ଆଚରଣ

ଗୁରୁଙ୍କ ଆଦେଶ ଶ୍ରଦ୍ଧାରେ,ପ୍ରାୟତଃ ଥିଲା ପଣ 

ତପ ବିଘ୍ନ ସୃଷ୍ଟିକାରୀ ରାକ୍ଷସୀ କଲେ ନିଧନ

ସାଧାରଣ ଜୀବନ ଶୈଳୀ ଓ ସରଳ ଜୀବନ

ଅହଲ୍ୟା ର ପରିତ୍ରାଣ ଗୁରୁଙ୍କ ପ୍ରେରଣା ସହ

କରୁଣାର ଅବତାର ସହଜେ ହେଲା ପ୍ରତ୍ୟୟ

ଗୁରୁଙ୍କ ଆଦେଶ ଧାରେ ଶିବ ଧନୁ ହେଲା ଭଗ୍ନ

ସୀତା ସ୍ଵୟମ୍ବର ବିଧି,ପ୍ରାପ୍ତି ବିବାହ ବନ୍ଧନ


ଏକଇ ପତ୍ନୀ ସମ୍ପର୍କ ଜୀବନ ଯାତ୍ରା ପଥରେ

ଧୈର୍ଯ୍ୟ ସହ ସମ୍ମୁଖୀନ ,ପ୍ରତ୍ୟେକ ଅସୁବିଧାରେ

କୁମନ୍ତ୍ରଣା ଆଢ଼ୁଆଳେ ନିର୍ବାସନ ର ଆଦେଶ

ମଥା ପାତି ପିତୃ ସତ୍ୟ ଆଦରିଲେ ବନବାସ

ସଦା ଥିଲା ହୃଦୟରେ ସୁସମ୍ପର୍କ ଭାତୃ ମେଳେ

ଭାଇ ଲକ୍ଷ୍ମଣ ସହିତ ପୁରା ବନବାସ କାଳେ 


ସୀତାଙ୍କ ହରଣ ପରେ ନିସଙ୍ଗତା ହୃଦୟରେ

ଦଳିତ ବାନର-ସେନା ସହ ନେତୃତ୍ଵ ସେଥିରେ

ସୁଗ୍ରୀବଙ୍କ ସହ ହେଲା ମୈତ୍ରୀ ଭାବ ହେଲା ପୂର୍ଣ୍ଣ

ଭେଟ ହେଲା ହନୁମାନ ଆଦେଶ ହେଲା ପାଳନ

ବାନର ସେନାଙ୍କ ବଳେ ସେତୁବନ୍ଧର ନିର୍ମାଣ

ତପସ୍ୟାରେ ମଗ୍ନ ସହ ନିର୍ମାଣ କାର୍ଯ୍ୟ ପୂରଣ 


ରାବଣ ନିଧନ ପରେ ଅଯୋଧ୍ୟା ସିଂହାସନରେ

ରାଜ୍ୟର ଶାସନ ହେଲା ଧର୍ମ ନ୍ୟାୟ ଆଧାରରେ

ଶାସକ ରୂପରେ ମାନ୍ୟତା କଲେ ପତ୍ନୀ ବର୍ଜନ

ପ୍ରତି କାମ ଧୈର୍ଯ୍ୟ ସହ ହେଉଥିଲା ନିଷ୍ପାଦନ


ଧୈର୍ଯ୍ୟ,ସତ୍ୟ,ଧର୍ମ,ଭାତୃତ୍ବ ଓ ବନ୍ଧୁତ୍ୱ ସହିତ

ଆଦର୍ଶ ଚରିତ୍ର ସହ ଜୀବନ ଥିଲା ଜଡ଼ିତ

ପୁରୁଷଙ୍କ ମଧ୍ୟେ ଶ୍ରେଷ୍ଠ ,ମର୍ଯ୍ୟାଦା ପୁରୁଷୋତ୍ତମ 

ଆଦର୍ଶ ଜୀବନ ଚରିତ୍ର ,ଯଥାର୍ଥତା ରାମ ନାମ

ରାମସ୍ୟ ଅୟନଂ ଇତି ରାମାୟଣମ୍ ର ଗାଥା

ଶ୍ରୀରାମଙ୍କ ସମ୍ପର୍କିତ ପରମ ପବିତ୍ର କଥା

ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମଙ୍କ ଯଶ,ଗୁଣ

ପିତା ମାତାଙ୍କର ଆଶା ,ହେଉ ରାମ ପରି ଗୁଣ 

ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଚରଣେ ମନ ରହୁ

ଜୟ ଶ୍ରୀରାମ ଧ୍ୱନୀରେ ଧରା ପ୍ରକମ୍ପିତ ହେଉ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract