STORYMIRROR

Dr. Pratap Kumar Swain

Drama

4  

Dr. Pratap Kumar Swain

Drama

ମାରୀଚ

ମାରୀଚ

2 mins
264


ରମାୟଣ ର ମାରୀଚ ଚରିତ୍ର 

ପାଶୋରନ୍ତି ସବୁ ଜନ।

ମାରୀଚ ପାଇଁ କି ସୀତା ଚୋରୀ ପୁଣି

ହେଲା ରାବଣ ନିଧନ।

ବିଶ୍ବାମିତ୍ର ରାମ ଲକ୍ଷ୍ମଣଙ୍କୁ ନେଇ

ମୁନି ଯଜ୍ଞ ରକ୍ଷା ଆଶେ

ତାଡକା ରାଇଜ ଉପଗତ ହେଲା

ମୁନିଙ୍କ ଗନ୍ତବ୍ୟ ପଥେ।

ତାଡକା, ସୁବାହୁ, ମାରୀଚ ରୁହନ୍ତି

ପୁଣି ତାଡକା ବନସ୍ତେ

ଅସୁର ସାମ୍ରାଜ୍ୟ ବିସ୍ତାରି ଚାଲନ୍ତି

ଦଶାନନ ର ଆଦେଶେ।

ଦେଖି ବିଶ୍ବାମିତ୍ର ଦଶରଥ ପୁତ୍ର

ତାଡକା କ୍ରୋଧିତ ହେଲା

ଦଳବଳ ଘେନି ମୁନିଙ୍କ ଉପରେ

ଆକ୍ରମଣ ସେହି କଲା।

ମୁନିଙ୍କ ନିର୍ଦେଶେ ଶ୍ରୀରାମ ବଧିଲେ

ତାଡକା ସୁବାହୁ ବେନି

ମାରୀଚ ଜୀବନ ଭିକ୍ଷା ଯେ

ମାଗିଲା ତଟସ୍ଥ ରଘୁମଣି।

ହାବଡା ଶରରେ ମାରୀଚ କୁ

ପୁଣି ଶ୍ରୀରାମ ଉଡାଇ ଦେଲେ

ପଞ୍ଚବଟୀରେ ରହିଣ ମାରୀଚ

ଘୋର ତପ ଆରମ୍ଭିଲେ।

ଅସୁର ପ୍ରବୃତ୍ତି ତ୍ଯାଗ କରି ସେହି

ତପସ୍ୟା ରେ ହେଲେ ମଗ୍ନ

ମୁକ୍ତି ପାଇଁ କି ପ୍ରଭୁଙ୍କ ପାଦରେ

ଲଗାଇଲେ ନିତି ଧ୍ଯାନ।

ରାମ ଯେତେବେଳେ ବନବାସ କାଳେ

ପଞ୍ଚବଟୀ ରେ ପ୍ରବେଶ

ମୃଗ ବୋଲି ଭାବି ବୀର ସଉମିତ୍ରୀ

ଜପାସୁର କଲେ ହତ।

ଜପାସୁର ଥିଲା ସୂର୍ପଣଖା ପୁତ୍ର

କରୁଥିଲା ଘୋର ତପ

ସୂର୍ପଣଖା ଦେଖି ଜପାର ନିଧନ

ହୋଇଲା ବଡ ଚକିତ।

ପାଦ ଚିହ୍ନ ବାରି ରାମ ଲକ୍ଷ୍ମଣ ଙ୍କ

ପାଶରେ ଯାଇ ମିଳିଲା

ପୁତ୍ର ହତ୍ୟା ର ପ୍ରତିଶୋଧ ପାଇଁ

ମାୟା ରଚନା ସେ କଲା।

ରାମ ଲକ୍ଷ୍ମଣ ଙ୍କୁ ପ୍ରେମ ନିବେଦନ

ବାରମ୍ବାର ସେହି କଲା

ବିଫଳ ହୋଇଣ ସୀତାଙ୍କ ଉପରେ

ଆକ୍ରମଣ ସେହି କଲା।

ଲକ୍ଷ୍ମଣ କାଟିଲେ ତାର ନାଶାକର୍ଣ୍ଣ

ରାମଙ୍କ ଆଦେଶ ପାଇ

ଖରା, ଧୂସରା ଓ ତ୍ରିଶିରାଙ୍କ ପାଶେ

ସୂର୍ପ ମିଳିଲା ଯାଇ।

ଭଗ୍ନୀ ଅପାମାନ ପ୍ରତିଶୋଧ ପାଇଁ

କଲେ ଭୟଙ୍କର ରଣ

ତିନିଜଣ ଯାକ ଶ୍ରୀରୀମଙ୍କ ହସ୍ତେ

ହୋଇଲେ ପୁଣି ନିଧନ।

ସୂର୍ପଣଖା ଯାଇ ରାବଣ ପାଖରେ

ଜଣାଇଲା ତାର ଦୁଃଖ

ରାବଣ କହିଲା ହରିବ ଜାନକୀ

ଫେଡିବ ତାହାର କଷ୍ଟ ।

ଯୋଜନା କରିସେ ପଞ୍ଚବଟୀ ଠାରେ

ପ୍ରବେଶ ହୋଇଲା ଯାଇ

ମାରୀଚ ର ତପ ଭାଙ୍ଗି

ଲଙ୍କପତି କ୍ରୋଧେ ଜର୍ଜରିତ ହୋଇ।

କହିଲା ଯିବୁତୁ କୁଟୀର ସମ୍ମୁଖେ

ସୁବର୍ଣ୍ଣ କୁରଙ୍ଗୀ ହୋଇ

ସୀତାଙ୍କ ର ଲୋଭ ଜାଗ୍ରତ କରିବୁ

ତୋତେ ପାଇବାର ପାଇଁ ।

ସୀତାଙ୍କ ଇଚ୍ଛା ପୂରଣ ପାଇଁକି

ତୋ ପଛରେ ରଘୁବୀର

ଶର ସନ୍ଧିବେ ସେ ତୋର ଶରୀରରେ

ଆସି ପୁଣି ବହୂଦୂର।

ମୃତ୍ୟୁ ପୂର୍ବରୁ ତ୍ରାହି ଲକ୍ଷ୍ମଣ

ଚିତ୍କାର କରିବୁ ତୁହି

ଲକ୍ଷ୍ମଣ ଆସିବେ କୁଟୀର ଛାଡିକି

ରାମଙ୍କ ଉଦ୍ଧାର ପାଇଁ।

ସେହି ସମୟରେ ହରିବି ମୁଁ ସୀତା

ଭିକ୍ଷୁକ ବ୍ରାହ୍ମଣ ରୂପେ

ଭଗ୍ନୀ ଅପମାନ ପ୍ରତିଶୋଧ ନେବି

କହିଲା ରାବଣ କୋପେ।

ଶୁଣି ସବୁକଥା ମାରୀଚ ବୁଝାଏ

ରାବଣଙ୍କୁ ବାରମ୍ବାର

ପର ନାରୀ ଚୋରୀ କରିବା

ନୁହଁଇ କ୍ଷତ୍ରିୟ ର ବ୍ଯବହାର।

ରାମ ଯେ ଦୟାଳୁ ରଖିଥିଲେ ପ୍ରାଣ

କରିଥିଲି ଯେବେ ଭିକ୍ଷା

ତାଙ୍କ ସହିତ ପୁନର୍ବାର ମୁଁ

କରିବିନି ଶତ୍ରୁତା।

କ୍ରୋଧେ ଜର୍ଜରିତ ହୋଇ ଲଙ୍କସାଇଁ

ଖଡ୍ଗ ଉତ୍ତୋଳନ କଲେ

ମାରୀଚ କଥାକୁ ଭୃକ୍ଷେପ ନକରି

ତାକୁ ମାରି ଗୋଡାଇଲେ।

ମାରୀଚ ଭାବିଲା ରାମହସ୍ତେ ମଲେ

ମୁକ୍ତି ଲଭିବି ମୁହିଁ

ରାବଣ ମାରିଲେ ଅସୁର ଯୋନିରେ

ପୁନଃ ଜନ୍ମ ନେବି ମୁହିଁ ।

ମୃତ୍ଯ ତ ତାର ଅବଶ୍ଯସମ୍ଭାବୀ

ଭାବି କିଛି ଲାଭ ନାହିଁ

ରାବଣ କଥାରେ ସମ୍ମତି ଭରିଣ

ଗଲା ସ୍ବର୍ଣ୍ଣ ମୃଗ ହୋଇ।

ଭାବୁଥିଲା ମନେ ଯେଉଁ ରାମଚନ୍ଦ୍ର

ରଖିଥିଲେ ତା ଜୀବନ

ତାଙ୍କ ସମ୍ମୁଖରେ କେଉଁ ସାହାସରେ

ମାୟା ରଚିବ ସେ ପୁଣ।

ରାବଣ ହାତରେ ମଲେ ନର୍କଗତି

ରାମହାତେ ମଲେ ସ୍ବର୍ଗ

ସେଥିପାଇଁ ତାର ହେଉ ପଛେ ଦୋଷ

ସାଜିବ ସେ ମାୟା ମୃଗ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama