STORYMIRROR

Priyadarshini Nayak

Drama Tragedy

4  

Priyadarshini Nayak

Drama Tragedy

ଜରାଆଶ୍ରମ

ଜରାଆଶ୍ରମ

2 mins
318

ତୁମ ପାଶେ ପ୍ରଭୁ ମୁଣ୍ଡ ପିଟିପିଟି

ମାଗି ଥିଲି ପୁଅ ଟିଏ,

କାହିଁକି ମାଗିଲି ନା ବୃଦ୍ଧା ବୟସରେ

ଶାହା ହେବ ମୋର ସିଏ.

ମାଗିଥିଲି ଯାହା ଦେଲ ତୁମେ ତାହା

ତୁମର ତ ଦୋଷ ନାହିଁ,

ହେଲେ ମୁଁ ଭାବୁଛି କାହିଁକି ମାଗିଲି

ଝିଅ ଟିଏ କାହିଁ ନାହିଁ.

ଭାବିଥିଲି ମୁଁ ମରିଗଲେ ଦେବ

ମୋର ଟିକେ ପିଣ୍ଡପାଣି,

ଭାବିବା ତ ଭ୍ରମ ଜିଇଁବା ବେଳରେ

ଦିଏନି ସେ ପେଜ ତୋରାଣି.

ଅଭାବ କଷଣେ ପାଠ ପଢ଼ାଇଲି

କଲି ତାକୁ ଅଫିସର,

ବଡ଼ବାବୁ ହୋଇ ମୋତେ ଭୁଲିଗଲା

ହୋଇଲା ପାଖରୁ ଦୂର.

ଟଙ୍କାର ଲୋଭରେ ସବୁ ପାସୋରିଲା

ମାଆର ସେନହ ମମତା,

ସହରି ଝିଅକୁ ବାହା ହୋଇଗଲା

ନାଆଁ ତାର ଅପରାଜିତା.

ବୋହୂ ହୋଇ ସିଏ ଆସିଲାନି ଥରେ

ଦେଖିଲାନି ଶାଶୂଘର,

ଔଷଧ ପଠାଇ ଖାଇନେବ କୁହେ

ହୋଇଥିଲେ କେବେ ଜ୍ଵର.

ବାର୍ଦ୍ଧକ୍ୟ ଦାୟୁରେ ଅସହ୍ୟ ହୋଇଲି

ଦମ୍ଭ ହରାଇଲି ସମୟ ସ୍ରୋତେ,

ପୁଅ ବୋଲି ମୋର ଆଶ୍ରା ପାଇବାକୁ

ପାଶେ ତାର ଚଳିଯାୟେ ମୁଁ ତ୍ୱରିତେ.

ଦୂରରୁ ଦେଖିଣ ନାକ ଟେକିଦେଲା

ପଚାରିଲା,ଠିକଣା କେଉଁଠୁ ପାଇଲୁ ମୋର?

ଭାରି ଅସୁବିଧା,ହେବ ମୋତେ ବୋଉ

କରନି ଜମା ମୋତେ ତୁ ହୀନିମାନ.

କବାଟ ଫାଙ୍କରେ ବୋହୂ ଛିଡ଼ା ହୋଇ

ଗାଡ଼େଇ ଗାଡେ଼ଇ ଚାହେଁ,

କାହା ସାଥେ ତୁମେ କଥା ଯେ ହେଉଛ

ବଡ଼ ପାଟି କରି ସେ କୁହେ.

ବୋହୂ ନୁହେଁ ମୋର ତତଲା ଘିଅସେ

କୁହେ ସୁବିଧା କରାଇ ଦେବି,

ଏଠି ରହିଲେ ତ ଭାରି ଅସୁବିଧା ହେବ

କିଛି ବ୍ୟବସ୍ଥା କରି କହିବି.

କୁହେ ଯାଇ ମୋତେ ତର ଆମ ନାହିଁ

କରିବାକୁ ତୁମ ସେବା ଯତନ,

ସେଥିପାଇଁ ଆମେ ବ୍ୟବସ୍ଥା କରିଛୁ

ନାଆଁ ତା "ଜରାଆଶ୍ରମ",

ଚାଲିକି ଯିବ ନା ରିକ୍ସା ରେ ଯିବ

ଆମ ପାର୍ଟି ବେଳ ଯାଏ ଗଡ଼ି,

"ଜରାଆଶ୍ରମ" ଛଳରେ ସହରି ବୋହୂଟା

ଘରୁ ଦିୟେ ମୋତ ତଡି.

ମନର କୋହକୁ ଛାତିରେ ଚାପି ମୁଁ

ସେଠାରୁ ଲେଉଟି ଆସିଲି,

ଗାଆଁ ଘର ଛାଡି କି ଭୂଲ୍ କଲି ମୁଁ

ମୁଣ୍ଡେ ହାଥ ଦେଇ ଭାବିଲି.

ଅଜଣା ସହରେ ଅନେକ ଭିଡ଼ରେ

ମୁଣ୍ତ ଗୁଞ୍ଜି ବାର ପାଇଁ,

ପଚାରେ ଠିକଣା ଜରଆଶ୍ରମ୍ ର

ତରବର ବ୍ୟସ୍ତ ହୋଇ.

ବାଟେ ଯାଉ ଯାଉ ଦେଖିଲି ବାଟୋଇ

ବାବୁରେ ବୋଲି ଡାକିଲି,

ନେଇଯାରେ ମୋତେ ଜରାଆଶ୍ରମ କୁ

ହାଥ ଯୋଡ଼ି ତାକୁ କହିଲି,

ମୋ ଅଶ୍ରୁଳ ଆଖିକୁ ଚାହିଁଲା ବାଟୋଇ

ପଚାରିଲା ତୁମ ଘର କେଉଁଠା,

କାହିଁକି ଖୋଜୁଛ ସେଠାର ଠିକଣା

ଲୋ ମାଉସୀ,ତୋର ପୁଅ କେଇଟା?

କହ ମାଉସୀ,ତୋର ପୁଅ କେଇଟା?

କହିଲି ମୁଁ ତାକୁ ବାର ଓଷାତପ ବଳେ

ପାଇଥିଲି ପୁଅ ଗୋଟା,

ସେଥିପାଇଁ ଆଜି ଠିକଣା ଖୋଜୁଛି

ଜରା ଆଶ୍ରମ କୁ ବାଟ କେଉଁଟା?

ନିର୍ଜନ ବେଳରେ ବୃକ୍ଷ ଛାଇ ତଳେ

ବସିବସି ମୁଁ ଯେ ଭାବେ,

ଝିଅଟିଏ ଥିଲେ ପୋଛିଥନ୍ତା ଲୁହ

ହନ୍ତସନ୍ତ କରି ନା ଥାନ୍ତା କେବେ.

ଆର ଜନମରେ ନାରୀ ଜନ୍ମ ଦେଲେ

ମାଆ କରାଇଲେ ମୋତେ,

ପୁଅ ମୋର ମୋଟେ ଦରକାର ନାହିଁ

ଝିଅ ଟିଏ ଦେବ ସତେ,

ଝିଅ ଟିଏ ଦେଲେ ପୁଣ୍ୟ ଅରଜିବି

କରି ମୁହିଁ କନ୍ୟାଦାନ,

ପୁଅ ଟିଏ ଦେଲେ କ'ଣ ଖୋଜିବି ଠିକଣା

ନାଁ ତା "ଜରା ଆଶ୍ରମ".


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama