STORYMIRROR

Priyadarshini Nayak

Inspirational

4  

Priyadarshini Nayak

Inspirational

ହଜିଲା ମୋ ପିଲାଦିନ

ହଜିଲା ମୋ ପିଲାଦିନ

1 min
311

ସମୟକୁ ଅବା କିବା ଦୋଷଦେବି

ସେ ତ ପରିବର୍ତ୍ତନଶୀଳ,

ମାସ ପରେ ବର୍ଷ, ବର୍ଷ ପରେ ରିତୁ

ଏତ ସୃଷ୍ଟିର ଯେ ନିୟମ।

ସେହି ସମୟର ନିଷ୍ଠୁର ଆଘାତେ

ହଜାଇଛି ମୋ ପିଲାଦିନ,

ସମୟ ଉପରେ ରାଗ ମୋ ଆସେନା

ହେଲେ, ଆସେ ଅଭିମାନ।

ଶୈଶବର ସେହି ମନୋଲୋଭା ସ୍ମୃତି

ଭୁଲି କାହିଁ ହୁଏନାହିଁ,

ବାପାଙ୍କ ଆକଟ ମା ର ଯେ ଗାଳି

ଦାଣ୍ଡ ଧୂଳି ମୋ ପାଇଁ।

ଭାବେ ବସେ ଆଜି କେଡେ ଅମାନିଆ

ପିଲାଟିଏ ହୋଇ ଥିଲି,

ଗାଆଁ ସାଙ୍ଗ ମେଳେ ନଈ ବନ୍ଧ କୂଳେ

ବାଲିଘର ଗଢୁ ଥିଲି।

ହିଂସା କ୍ରୋଧ ଠାରୁ ଥିଲି ମୁଁ ଦୂରରେ

ଘୃଣା ଛୁଇଁ ପାରି ନ ଥିଲା,

ହେଲେ ଆଜି ମୁହିଁ ସ୍ବାର୍ଥ ବାଦି ହୋଇ

ଲୋଭ ବସି ଭୂତ କରିଲା।

କେଡେ ନିଷ୍କଳଙ୍କ ଥିଲା ପିଲାଦିନ

ସଭିଙ୍କ ଆଦର ଥିଲି,

ସମୟ ସ୍ରୋତରେ ବୟସ ବଢିଲା

ଆଜି,ପିଲାଦିନ ହଜାଇଲି।

ସବୁ ମୁଁ ବୁଝୁଛି ହେଲେ ଭି ଅବୁଝା

ଭୁଲ୍ ଠିକ୍ ବୁଝି ପାରେ ନା,

ପରିସ୍ଥିତି ର ଏଇ ଦୋଛକ ପଥରେ

ବାଟ ଆଜି ମୁହିଁ ପାୟେନା।

କେଡେ ଭଲ ଥିଲା ପିଲା ହୋଇଥିଲି

କର୍ତ୍ତବ୍ୟ ବୋଝ ମୋ ନ ଥିଲା,

ହେଲେ ଆଜି ଏଇ ସଂସାର ମୋହରେ

ବୁଦ୍ଧି ବାଟବଣା ହୋଇଲା।

କିଏ ଫେରାଈବ ମୋ ପିଲାଦିନକୁ

ଭାବି ବସି ଆଜି ଭାଳେ,

ଶୈଶବ, ଯୌବନ,ବାର୍ଦ୍ଧକ୍ୟ ଆୟତ୍ତ

ସବୁ ସମୟର ବଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational