STORYMIRROR

Priyadarshini Nayak

Romance

2  

Priyadarshini Nayak

Romance

ତୁମ ସ୍ଵୀକୃତିର ଅପେକ୍ଷାରେ......

ତୁମ ସ୍ଵୀକୃତିର ଅପେକ୍ଷାରେ......

1 min
366

ଯଦି ମୁଁ କହିବି,ମୋ ମନ ଆକାଶରେ

ଚାନ୍ଦ ଟିଏ ଉଙ୍କି ମାରୁଛି,

ଲାଲ୍ କଇଁ ଟିଏ ଫୁଟିଛି,

କଇଁ ଦେଖି ଚାନ୍ଦ ହସୁଛି,

ଆଉ ଲାଜେଇ କଇଁ ଟା ,ପତ୍ର ଆଡ଼ୁଆଲେ

ଧୀରେ ଧୀରେ ଲୁଚି ଯାଉଛି,

ଗୁଣୁଗୁଣୁ ହୋଇ କିଛି କହୁଛି,

ନାଲିଆ ଓଠ ରେ ମୁରୁକି ମୁରୁକି ହସୁଛି,

କଣ ବିଶ୍ୱାସ କରିବ ,ତୁମେ ମୋ ମନ କଳ୍ପନା କୁ

ଦବ ତାକୁ ନୂଆ ରୂପ,

ଗଢି କି ପାରିବ

ତୁମେ ମୋ ସାଥେ

ବନ୍ଧୁତ୍ୱ କୁ କରି ମାପ,

ତୁମ ସ୍ବୀକୃତି ର ଅପେକ୍ଷାରେ ରହିଲି ମୁଁ କ୍ଷଣେ କ୍ଷଣେ ,

କେବେ

ମୋ ହାତରେ ହାତକୁ ରଖିବ,

ମୋ ଢଳଢଳ ଆଖି ଦେଖିବ ,

ମୋ ବନ୍ଧୁତ୍ୱର ସ୍ଵାଦ ଚାଖିବ,

ଆଉ କହିଦେବ ମୋତେ , ତୁମ ନୀରବ ଓଠରୁ

ମୋ ବନ୍ଧୁତ୍ୱକୁ ଆପନେଇଛ,

ହୃଦୟର କୋଉ ଅଦେଖା କୋଣରେ ମୋ ପାଇଁ

ଟିକି ସ୍ଥାନଟିଏ ରଖିଛ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance