STORYMIRROR

Priyadarshini Nayak

Abstract

2  

Priyadarshini Nayak

Abstract

ଅମାନିଆ ଅଶ୍ରୁ

ଅମାନିଆ ଅଶ୍ରୁ

1 min
77

ଭଲ ଲାଗେ ଆଜି ନିର୍ଜନ ସଙ୍ଗତେ

ଝୁମି ଝୁମି ଗୀତ ଗାଇବାକୁ,

ନିଶବ୍ଦ କ୍ଷୀତିରେ ନିର୍ଜନ ରାତିରେ

ଅସମ୍ଭାଳ ଲୁହ ସମ୍ଭାଳିବାକୁ

ରହିଯା ରହିଯା ମୋ ଆଖିର ଲୁହରେ

ବହନା ତୁ ଓଠ ପାଖକୁ,

ବିଚରା ଶୁଖିଲା ଓଠଟା ଲୁଣିଆ ହୋଇବ

କହ ଦୋଷ ଦବ କାହାକୁ

ରହି କି ପାରୁନୁ ଆଖି ତଳେ ମୋର

କାହିଁକି ବହି ତୁ ଯାଉଛୁ,

କ ଣ ବହିବହି ଯାଇ ମୋ ମନର କ୍ଲେଶକୁ

ସଭିଙ୍କ ଆଗରେ କହୁଛୁ

ତୋର ତପ୍ତରତା ମୋ ଦୁଃଖର ପ୍ରମାଣ

ହୃଦୟ ବିଦାରି ଦେଉଛି,

ସତେ ଅବା କେଉଁ ଦୁର୍ବଳ ମୁହୂର୍ତ୍ତେ

କାହା କଥା ମନେ ପଡୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract