STORYMIRROR

suchismita Panda

Drama Tragedy

4  

suchismita Panda

Drama Tragedy

ମୋ ବାବୁଙ୍କୁ ଶେଷ ଚିଟଉ

ମୋ ବାବୁଙ୍କୁ ଶେଷ ଚିଟଉ

2 mins
268

ହେ ପ୍ରାଣେଶ୍ବର 

ମୋତେ କ୍ଷମା କର

କଥା ଦେଇଥିଲି ତୁମକୁ ପ୍ରତିଥର 

ଛାଡିିିିବିନି କେବେ ହାତ ତୁମର

କିନ୍ତୁ ଆଜି ସେଥିରେ ବ୍ୟାଘାତ କଲି 

ତୁମେ ପୂର୍ବରୁ ଶରୀର ତ୍ୟାଗ କଲି ।


ତୁମେ କହୁଥିିଲ ମୁଁ ନିଃସ୍ବାର୍ଥୀ ଟିଏ 

ଅଯୋଗ୍ୟକୁ ମଧ୍ୟ ଭଲ ପାଇବା ଦିଏ 

ସେ କଥାକୁ ଆଜି ଅଳୀକ କରି ଦେଇ 

ଯୋଗ୍ୟତା ଥାଇ ସୁଦ୍ଧା ବିପତ୍ନୀକ କରି

ତୁମ ସଧବା ହେବାର ସ୍ବାର୍ଥରେ 

ଚାଲିିିିଗଲି ତୁମକୁୁ ସଂସାରରେ ଏକା କରି ।


ଶୁଣ ମୋ ପ୍ରାଣନାଥ

ନିଜକୁ ଭାବିବନି ଅନାଥ 

ମୁଁ ତୁମ ଜୀବନର ଧନ 

ଅଛି ତୁମ ତୁୁୁମ ଆତ୍ମାରେ ବିଦ୍ୟମାନ 

ନିଜ ଯତ୍ନ ନେବାରେ ହେଳା କରିବନି 

ଶର୍କରା ଖାଦ୍ୟକୁ ବେଶୀ ହାତ ଲଗାଇବନି ।


ବଡ ଅମାନିଆ ରୋଷ ତୁୁୁମର

ସମ୍ଭାଳୁ ଥିଲି ସବୁୁୁୁକୁ କରିି ନିଜର 

ମୁଁ ଆଉ ନାହିଁ ପାଖେ ଶାନ୍ତ କରିବାକୁ 

ରାଗିିିି କହିଭନି କେବେ କଥା କାହାକୁ 

ମୁଁ ଜାଣେ ତୁମକୁ ଭଲଲାଗେ ସ୍ବାଭିମାନ 

ମୁଁ ଗଲା ପର କରିବନି ବେଶ ଅଭିିିିିମାନ ।


ଛଅ ତିଅଣ ନଅ ଭଜା 

କେବେ ନ ମାଗିବ ବୋହୂକୁ 

ଯାହା ପରଷି ଦେବ ସେେ 

ଖାଇବ ଖୁସି କରି ମନକୁୁ 

ଲାଞ୍ଚୁଆ ପୁଅକୁ ଆମର କହିିିିବନି କଥା

ରାତ୍ରିର ଅନ୍ଧାରରେ ମୋତେେ ଜଣାଇବ ବ୍ୟଥା ।


ରୁମାଲ କିମ୍ବା ପର୍ସ ପାଇଁ କେବେ 

ନେବ ନାହିଁ ସାରା ରୁମର ତଲାସ

ନିଜ ଲୁଗା ନିଜେ ଧୋଇ ନଥିଲେ ଦିନେ

ମାତ୍ର ଏବେ ସେସବୁର କର ଅଭ୍ୟାସ 

ମାନୁୁୁଛି ମୁଁ ହିଁ ଦୋଷୀ କେବେ ଶିଖେଇଲି ନାହିଁ

କିନ୍ତୁ କଣ କରିବି କରୁଥିଲି ସବୁ ନିଜ ଖୁସି ପାଇଁ ।


ଝିଅ ଯେବେ ଘରକୁ ବୁଲି ଆସିବ 

ତାକୁ ଖାଲି ହାତେ ବିଦା ନ କରିବ 

କଣ ଭାବୁଛ! ପୁଅ ଆଗେ କେମିତି ହାତ ପକାଇବା

ଚିନ୍ତା କରନା ମୋ ଗେରସ୍ତ 

ଲୁଚିିକି କରିଥିିିଲି ବ୍ୟାଙ୍କରେ ଗୋଟେ ଖାତା 

ମୁଁ ଗଲା ପରେ ସେ ସବୁ ଟଙ୍କା କରିବ ଫେରସ୍ତ ।


ଜନ୍ମଦିନ ଯେବେ ତୁମର ଆସିିବ

ପ୍ରଭୁ ହନୁମାନଙ୍କ ଆଗେ ଦୀପ ଜାଳିବ

ବାପା ମାଁ ଙ୍କ ଶ୍ରଦ୍ଧା ଦିବସରେ

ଭୋକିଲାଙ୍କୁୁ ଖୁଆଇବ ସେଇ ପଇସାରେ 

ପୁଅ ବୋହୂ ଯିଏ ଯେତେ ମାଗିଲେ 

ଦେବନି ଟଙ୍କା ସେସବୁ କେବଳ ତୁମର ।


ପାର୍କ କୁୁ ଯାଇ ବିିିିତାଇବ କିଛି ସମୟ 

କୁନି ଛୁଆଁଙ୍କ ଗହଣରେ ହସିବ କିଛି କ୍ଷଣ 

ସଂଧ୍ୟା ହେବା ପୂର୍ବରୁ ଲେଉଟି ଆସିବ 

ଡେରି ରାତି ଯାଏଁ ଉଜାଗର ନ ରହିବ 

ମୁଁ ଚାଲି ଗଲି ବୋଲି କେବେ ହାରି ନ ଯିବ 

ସ୍ମୃତିରେ ସଦା ଆମ ପ୍ରେମକୁ ଜୀବନ୍ତ ରଖିିିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama