STORYMIRROR

Ajit Kumar Raut

Drama

4  

Ajit Kumar Raut

Drama

ଘଟଗାଁ ତାରିଣୀ ମା

ଘଟଗାଁ ତାରିଣୀ ମା

1 min
255


କେନ୍ଦୁଝର ରାଜା ତାରିଣୀଙ୍କ ଭକ୍ତ


ମହାନ ପ୍ରତାପୀ ଥିଲେ,


ତାରିଣୀ ଭକ୍ତିରେ ପୁରୀ ରାଜାଙ୍କୁ ସେ


ବିଜୟୀ ଗୌରବ ଦେଲେ।


ଆନନ୍ଦ ମନରେ ପୁରୀ ରାଜା ଦିନେ


ରାଜାଙ୍କୁ ପାଶେ ଡାକିଲେ,


ମାଗି ନିଅ ରାଜା ଇଚ୍ଛା ଯାହା ଅଛି


କରିବି ପୂରଣ ଭଲେ।


କେନ୍ଦୁଝର ରାଜା ଶୁଣିଣ କଥାକୁ


ବିନୟ ହୋଇ କହିଲେ,


ଇଚ୍ଛା ଅଛି ମୋର ତାରିଣୀଙ୍କୁ ନେବି


ରଖିବି ତାହାଙ୍କୁ ଭଲେ।


ପୂଜୁ ଥିବି ନିତି ଚରଣ ତାଙ୍କର


ଏହି ଅଭିଳାଷା ଅଛି,


ପୂରଣ କରହେ ମନବାଞ୍ଛା ମୋର


ଏତିକି ପ୍ରାର୍ଥନା ଅଛି।


ସ୍ବୀକାର କରିଲେ ପୁରୀ ରାଜା ଏହି


ଆନନ୍ଦ ହୋଇ ରାଜନ,


ନେଇ ଯାଅ ରାଜା ତାରିଣୀଙ୍କୁ ତୁମ


କରିବ ଅତିହିଁ ଯତ୍ନ।


କେନ୍ଦୁଝର ରାଜା ଧ୍ୟାନ ହିଁ କରିଲେ


ମାତା ତାରିଣୀଙ୍କୁ ପୁଣି,


ପ୍ରକଟ ହୋଇଣ ରାଜାଙ୍କୁ କହିଲେ


ଯିବି ନିଶ୍ଚେ ଭକ୍ତ ମଣି।


ଘୋଡା ପରେ ବସି ତୁମେ ଯାଉ ଥିବ 


ପଛେ ପଛେ ଯିବି ମୁହିଁ,


ପଛେ ନ ଦେଖିବ ରାଜନ ତୁମେ ହେ


ଦେଖିଲେ ରହିବି ତହିଁ।


ଅନ୍ଧାର ରାତ୍ରିରେ ଘୋଡା ପରେ ବସି


ରାଜା ଯାଉଥିଲେ ବେଗେ,


ଆଭୂଷଣ ଶବ୍ଦ ଶୁଭୁ ଥିଲା ପଛେ


ତାରିଣୀଙ୍କ ଅଶ୍ୱ ବେଗେ।


ଘଟଗାଁ ଥିଲା ଜଙ୍ଗଲେ ଭୂଷିତ


ନ ଶୁଭିଲା ଶବ୍ଦ କିଛି,


ଆଭୂଷଣ ଶବ୍ଦ ନ ଶୁଣି ରାଜନ


ଚିନ୍ତା ହିଁ କରିଲେ କିଛି।


ପଛକୁ ଚାହିଁଲେ ଚିନ୍ତିତ ହୋଇଣ


ନ ଦିଶିଲା ଆଉ କିଛି,


କେବଳ ଦିଶିଲା ଦେବୀ ପ୍ରତିମୂର୍ତ୍ତି


କେନ୍ଦୁ ଗଛମୂଳେ ଅଛି।


ସେହି ଦିନଠାରୁ କେନ୍ଦୁ ଗଛ ମୂଳେ


ପୂଜା ଚାଲୁ ଥାଏ ନିତି,


ସମୟର ଚକ୍ରେ ଭକ୍ତଙ୍କ ଭକ୍ତିରେ


ଚହଟି ପଡ଼ିଲା ଅତି।


ଭକ୍ତଙ୍କ ସଙ୍ଗମ ଲକ୍ଷ୍ୟ ଲକ୍ଷ୍ୟ ଏଠି


ଦିନରାତି ନାହିଁ କିଛି


ବିଶାଳ ମନ୍ଦିର ଚହଟି ଉଠୁଛି


ତାରିଣୀଙ୍କ କୄପା ଅଛି।


ମନସ୍କାମନା ହିଁ ପୂରଣ କରନ୍ତି


ଜଗତର ମାତା ସେହୁ


ପବିତ୍ର ମନରେ ଭକ୍ତିକୁ କରିଲେ


ଫଳ ଦେଉ ଥାନ୍ତି ସେହୁ।


କେନ୍ଦୁଝର ରାଜା ତାରିଣୀଙ୍କ ଭକ୍ତ


ମହାନ ପ୍ରତାପୀ ଥିଲେ,


ତାରିଣୀ ଭକ୍ତିରେ ପୁରୀ ରାଜାଙ୍କୁ ସେ


ବିଜୟୀ ଗୌରବ ଦେଲେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama