Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Drama

4  

Ajit Kumar Raut

Drama

ମା'ସାବିତ୍ରୀ ଙ୍କ ବ୍ରତ

ମା'ସାବିତ୍ରୀ ଙ୍କ ବ୍ରତ

1 min
189



ଆଜି ଗୁରୁବାର ଦଶ ଜୁନ ଆଜି

ଜ୍ୟୈଷ୍ଠ ଅମାବାସ୍ୟା ଆଜି,

ସାବିତ୍ରୀ ଓଷାର ନାମରେ ବିକ୍ଷ୍ୟାତ

ସାବିତ୍ରୀ ବ୍ରତଟି ଆଜି ।


ସଧବା ସ୍ତ୍ରୀଙ୍କର ପବିତ୍ର ବ୍ରତ ଟି

ସଧବା ପାଇଁ ଏ ବ୍ରତ,

ମା'ସାବିତ୍ରୀ ଙ୍କ ଅମୂଲ୍ୟ ବ୍ରତ ଏ

ସ୍ବାମୀଙ୍କ ଦୀର୍ଘାୟୁ ବ୍ରତ ।


ମା'ସାବିତ୍ରୀ ହିଁ ସେ ବ୍ରହ୍ମାଙ୍କର ପତ୍ନୀ

ସୂର୍ଯାଧିଷ୍ଠାତ୍ରୀର ଦେବୀ

ଗାୟତ୍ରୀ ଦେବୀର ନାମେ ଆବିର୍ଭାବ

ଜୀବନ ଦାତ୍ରୀର ଦେବୀ ।


ମାନବୀ ସାବିତ୍ରୀ କଲେ ତାଙ୍କ ବ୍ରତ

ସ୍ବାମୀଙ୍କ ଜୀବନ ପାଇଁ,

ସତ୍ୟବାନ ନାମେ ସ୍ବାମୀ ହିଁ ତାଙ୍କର

ଅସମୟ ମୃତ୍ୟୁ ପାଇଁ ।


ପତିବ୍ରତା ନାରୀ ଧର୍ମପଥଗାମୀ

କି ହେଲା ଭାଗ୍ୟଟି ତାର,

ଏପରି ଘଟଣା କାହିଁକି ହୋଇଲା

କି ହେଲା କର୍ମରେ ତାର ।


ମା' ସାବିତ୍ରୀ ଙ୍କ ଭକ୍ତିରେ ବସିଲା

ସ୍ବାମୀ ଙ୍କୁ ଧରିଣ କଳେ,

ଏକ ଧ୍ୟାନ କରି ସାବିତ୍ରୀ ଚରଣେ

ଭକ୍ତି କରେ କୋଳାହଳେ ।


ଶୁଣିଲେ ଟି ଦେବୀ ଭକ୍ତର ଗୁହାରି

ସ୍ବାମୀ ତା ବଞ୍ଚାଇ ଦେଲେ,

ପତିବ୍ରତା ନାରୀ ସ୍ବାମୀକୁ ପାଇଲା

ମନବାଞ୍ଛା ପୂର୍ଣ୍ଣ କଲେ ।


ଦେବୀ ସାବିତ୍ରୀ ଙ୍କ ନାମ ଗୁଞ୍ଜି ଗଲା

ବ୍ରତ ହେଲା ସେହୁ ଦିନୁ,

ସାବିତ୍ରୀର ଓଷା ଏହି ଅମାବାସ୍ୟା

ସ୍ତ୍ରୀ ବ୍ରତ ସେହି ଦିନୁ ।


ସାବିତ୍ରୀ ଦେବୀ ହିଁ ଜୀବନର ଦାତ୍ରୀ

ବ୍ରହ୍ମାଙ୍କ ଅଟନ୍ତି ପତ୍ନୀ,

ସଧବାର ପାଇଁ ବ୍ରତ ସେ କରନ୍ତି

ସଧବା ରହିବେ ପତ୍ନୀ ।


ପବିତ୍ର ମନରେ ଦେବୀ ଆରାଧନା

ଭକ୍ତିରେ କରନ୍ତି ପତ୍ନୀ,

ଦେବୀଙ୍କ କରୁଣା ଅବଶ୍ୟ ପଡ଼ିବ

ସଧବା ହୋଇବେ ପତ୍ନୀ ।


ଦେବୀଙ୍କର ଦୟା ତାଙ୍କରେ ପଡ଼ିବ

ମାନବୀ ସାବିତ୍ରୀ ପରି,

ସଧବା ରହିବେ ଜୀବନ ପର୍ଯନ୍ତ

ପତିବ୍ରତା ସତି ପରି ।


ଆଜି ଗୁରୁବାର ଦଶ ଜୁନ ଆଜି

ଜ୍ୟୈଷ୍ଠ ଅମାବାସ୍ୟା ଆଜି,

ସାବିତ୍ରୀ ଓଷାର ନାମରେ ବିଖ୍ୟାତ

ସାବିତ୍ରୀ ବ୍ରତଟି ଆଜି ।


Rate this content
Log in

Similar oriya poem from Drama