STORYMIRROR

Priyabrata Mohanty

Drama Tragedy

4  

Priyabrata Mohanty

Drama Tragedy

କରୋନା ପ୍ରହାର

କରୋନା ପ୍ରହାର

1 min
185

 ରେଖା ଗଣି ଗଣି କଟେ ଦିନ

        ଚାଲିଛି ଯେ ତାଲାବନ୍ଦୀ,

ସାହାଯ୍ୟର ହାତ କିଏ ବା ଦେବ

        ସଭିଁଏ ଗୃହବନ୍ଦୀ, 

ଜୀବିକା ହାରୀ ଅଭାବ ଘେରେ

        କାଳ କାଟେ ପରିବାର,

ହେ ହରିହର ଶୁଭେନି କିଆଁ

        ମଣିଷର ଚିତ୍କାର ।।


ଏକାଠି ସବୁ ରହିକି ମଧ୍ୟ 

        ଦେଖୁନା କାହାର ମୁଁହ,

ଅଜଣା ଭଳି କରୁ ବ୍ୟବହାର

        ଆଖିରେ ଭରି ଲୁହ,

ପିଲା ଛୁଆଁର ଘର ମୋର ଯେ 

        ଅଛନ୍ତି ଶାଶୁ ଶଶୁର

ହେ ମହାଦେବ ବିଘ୍ନ ହାର 

        ହସୁ ମୋ ପରିବାର ।।


କରୋନା ପସି ଆମ ଘରେ 

        କରିଛି ସଭିଙ୍କୁ ଆକ୍ରାନ୍ତ,

ଅଶ୍ରୁ ଧାର ନୟନୁ ଝରେ 

        ହୃଦୟ ରହିଛି ଅଶାନ୍ତ,

ମନ୍ଥର ଚାଲେ ପ୍ରାଣ ବାୟୁ 

        କ୍ଷୀଣ ହୁଏ କଣ୍ଠର ସ୍ୱର,

ହେ ପ୍ରଭୁ ତୁମେ ଦୟା କର

        ଏ ବିପଦୁ ସଭିଙ୍କୁ ତାର ।।


କାସ ଛିଙ୍କରେ ଫାଟେ ଯେ ଛାତି

        ଶରୀର ପୀଡା ଅସହ୍ୟ,

ଦେହରେ ସଦା ଭରା ଯେ ଜ୍ଵର

        ଚକ୍ଷୁ ଆଗେ ମୃତ୍ୟୁର ଭୟ,

ହେ ଦୀନବନ୍ଧୁ କୃପା କର

       ମୋ ଦୋଷ ତ୍ରୁଟି କ୍ଷମାକର ।।


ଅକଳ୍ପନିୟ ପରିସ୍ଥିତି ଏ

        ଅବର୍ଣ୍ଣନୀୟ କାଳ ରାତି,

ମୃତ୍ୟୁର ଦୃଶ୍ୟ ଦେଖେ ନିତି

        ଅସ୍ଥାୟୀ ଲାଗେ ପ୍ରାଣ ଜ୍ୟୋତି,

ହେ କୃପାସିନ୍ଧୁ ଦିଅ ବର

        ରହୁ ଆମେ ରୋଗଠୁଁ ଦୂର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama