STORYMIRROR

ଜୁଜେଶ !!

Drama Inspirational

4  

ଜୁଜେଶ !!

Drama Inspirational

ହସିଵାକୁ ହେବ ମତେ

ହସିଵାକୁ ହେବ ମତେ

1 min
222

ତୁମକୁ କେତେ ଭଲପାଏ

ତୁମେ ଅନୁଭବ କରିଛ

ଏ ଦୁନିଆ ବି ଜାଣିଛି ।


ହୃଦୟରୁ ତୁମକୁ

ବହୁତ ମନେ ପକାଉଛି ,

ଚାଲିଗଲ ତୁମେ ଆର ପାରିକୁ

ଫେରିବନି ଲୁହ ଯେତେ

ଗଡାଇଲେ ବି ଜାଣିଛି ।


ହସିବାକୁ ହେବ ମତେ ହସିବାକୁ ହେବ

ମୁଁ ଯଦି କାନ୍ଦିବି ତୁମ କଥା ସଦା ଭାବିକି ?

ମୋ ଦୁନିଆ ଲୁହର ଦରିଆରେ ଭାସିଯିବ ।


ସବୁ ଦୁଃଖ ସହି ଯିବି

ମୋ ଛାତିକୁ ପଥର କରି

ମୋ ପୁଅ ହସିବ  ମୋ ଝିଅ ହସିବ

ପୁଣି ଥରେ ହସ ଖୁସି ଆସିବ ଫେରି


ଜୀବନରେ ଯେତେ ସଂଘର୍ଷ ଆସେ

ଭୟଭୀତ ନ ହୋଇ

ତା ସାଥେ ଲଢେଇ କଲେ

ମନ ହୁଏ ଖୁସି ହୃଦୟ ହୁଏ ତୃପ୍ତି

ଆତ୍ମାକୁ ନିରନ୍ତର ଶାନ୍ତି ମିଳେ ।


ବଦଳି ଯାଇଛି ମୋ ଭାବନା

ବଦଳି ଯାଇଛି ମୋ ଜୀବନର ଚଳା ପଥ।


ପରାଜିତ ହେବି ପଛେ

ଚାଲୁଛି ଚାଲୁଥିବି     ଆଗେଇ ଆଗେଇ

କଣ୍ଟକ ପଥ ହେଇଯିବ କେବେ କୁସୁମିତ ।


ନୂତନ ସପନ ଦେଖିଛି

ସେ ସବୁକୁ ପୂରଣ କରିବାକୁ ହେବ

ତେବେ ଅନ୍ଧକାରମୟ ପରିସ୍ଥିତି

ଆଲୋକମୟ ହେବ ।


ଦୁଃଖମୟ ପରିସ୍ଥିତି

ଯେଉଁ ଶିକ୍ଷା ଦେଇଥାଏ

ସୁଖ ସମୟେ

ସେ ଶିକ୍ଷା କେଉଁଠି ମିଳିବ।


ଜୀବନ ବରଷର  ଛଅ ଋତୁ ପରି

ସବୁ ଦିନ ସବୁ ରାତି

ଆଣିଦିଏ ଜୀବନରେ

ଭିନ୍ନ ଭିନ୍ନ ଅନୁଭବ

ସେ ସବୁ ଅନୁଭବ ହୋଇଯାଏ ଅଭୁଲା ସ୍ମୃତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama