STORYMIRROR

ଜୁଜେଶ !!

Abstract

3  

ଜୁଜେଶ !!

Abstract

ଅଜଣା ପଥେ ଚାଳୁଛି ଏକା

ଅଜଣା ପଥେ ଚାଳୁଛି ଏକା

1 min
205

ଗୀତ ଶୁଣିବାକୁ ଭଲପାଏ ବୋଲି

ଗୀତ ଲେଖିବାକୁ ମନସ୍ଥ ମୁଁ କଲି ।


ଭଲ ଲାଗେ ମତେ

ସମ୍ବଲପୁରୀ,ଓଡିଆ,

ପଞ୍ଜାବୀ,ହିନ୍ଦି ଗୀତ।


ଭଲ ଲାଗେ ମତେ

ସାଉଥ୍ ଇଣ୍ଡିଆନ୍ ମୁଭି

ଓଡିଆ ସିରିଏଲ୍ ଜଗତ  


ମୁଁ ତିନିରେ ପାଦ ଥୋଇଲା ପରେ

କରୋନା ବିଶ୍ବକୁ ବ୍ୟାପିଲା ପରେ

ସ୍କୁଲ କଲେଜ୍ ବନ୍ଦ

ହୋଇଲା ପରେ ପରେ

ଓଡିଆ ସାହିତ୍ୟ ପ୍ରତି

ଆଗ୍ରହ ବଢେ ଧିରେ ଧିରେ ।


ଉଚ୍ଚ ହେବା ପାଇଁ କର ଯେବେ ଆଶା

ଉଚ୍ଚ କର ଆଗେ ନିଜ ମାତୃଭାଷା


ଉଚ୍ଚ କରୁନାହୁଁ ବୋଲି ଆମ ମାତୃଭାଷା

ଅବହେଳିତ ଆମ ମାଟି ମା'ର ବେଶଭୂଷା ।


ଓଡିଆ ପୁଅ ମୁଁ ଓଡିଆ ପୁଅ

ଲେଖୁ ଲେଖୁ ସରୁ ମୋ ଆୟୁଷ

ଦୁନିଆର ରଙ୍ଗମଞ୍ଚେ

ଅଭିନୟ କରୁ କରୁ ସରୁ ମୋ ସମୟ ।


ସଗଡା ପଞ୍ଚାୟତ

୩୦ ଟା ଗାଁ ତା ଭିତରେ

କିଏ ଜଣେ କବି

କିଏ ଜଣେ ଲେଖକ

ଦେଖିନି କେବେ ମୋ ଆଖିରେ


ଅଜଣା ପଥେ ଚାଲୁଛି ଏକା

ଖୋଜୁଛି କେଉଁଠି ଅଛି ମୋ ଠିକଣା

ଲେଖିଲେ ମନକୁ ମିଳୁଛି ଶାନ୍ତି

ନ ଲେଖିଲେ ହୃଦୟେ ହେଉଛି ଯନ୍ତ୍ରଣା ।


ଚାଲିବାକୁ ହେବ   ଆଗକୁ ଆଗକୁ

ଅଜଣା ବାଟରେ ବାଟୋଇଟେ ହୋଇ

ଚାଲୁ ଚାଲୁ କାହା ସାଥେ ହେବ ଦେଖା

ଆମେ ଦୁହେଁ ଚାଲିବା ଏକତ୍ରିତ ହୋଇ।


ଫୁଲ ଥାଉ କି କଣ୍ଟା ଥାଉ

ଚାଲିବାକୁ ହେବ ଏ ବାଟ

ସାର୍ଥକ ହେବ ଯେବେ ସ୍ବପ୍ନ

ଦୂର ହେବ ମୋ ହୃଦ କଷ୍ଟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract