ଖଜୁରୀ କୋଳି
ଖଜୁରୀ କୋଳି
ଦେଖ ଦେଖ ସେ
ଖଜୁରୀ ଗଛ ତଳେ
ପିଲା ଛୁଆ ବସିଛନ୍ତି ଦଳେ
ଆରେ କିଏ ଗଛ ଚଢିବ
ଖଜୁରୀ କୋଳି ପାଚିଲାଣି
ଖାଇଲେ ମଜା ଆସିବ
ସେ ଗଛଟା ଏତେ ବଡ
ଚଢିବାକୁ ଲାଗୁଛି ଭାରି ଡର
ଚଢୁ ଚଢୁ ଖସି ଗଲେ
ଗୋଡ ହାତ ଭାଙ୍ଗି
ହୋଇଯିବ ଚୁରୁମାର
କିଛି ଉପାୟ ଅଛି ନିଶ୍ଚୟ
କୋଳି ଖାଇ ଖାଇ
ହେବାକୁ ଆନନ୍ଦମୟ
ହେଲେ କ'ଣ କରିବା
ପାଖରେ ନାହିଁ ଲମ୍ବା ବାଉଁଶ
ଜଣେ ସାଙ୍ଗର ନୂଆଁ ପ୍ରୟାସ
ଟେକା ଫିଙ୍ଗି ଖଜୁରୀ
ଝଡାଇବାର ଛୋଟିଆ ଆଶ
ଟେକା ପରେ ଟେକା
ଫିଙ୍ଗା ଫିଙ୍ଗି ଚାଲିଲା
ଖଜୁରୀ କୋଳିର
ବରଷା ଝରିଲା
ସମସ୍ତଙ୍କ ଖୁସିର ସୀମା
ଆକାଶକୁ ଛୁଇଁଲା
ଖଜୁରୀ କୋଳି ଗୋଟାଉ ଗୋଟାଉ
ଖଜୁରୀ ଗଛରୁ ଟେକା ଆସି
ଜଣକର ମୁଣ୍ଡରେ ବରଷି ଗଲା
ଝର ଝର ହେଇ
ରକତର ଧାର ବହିବାରେ ଲାଗିଲା
ଆରେ ଆରେ କ'ଣ ହେଲା
ଜଣେ ସାଙ୍ଗ ଦଉଡି ଦଉଡି
ଘରକୁ ଯାଇ
ତମ ପୁଅର ମୁଣ୍ଡ ଫାଟିଯାଇଛି
ଜଣାଇଦେଲା
ଅଜଣାତରେ ହେଉଥିଲା ଭୁଲ
ଜୀବନକୁ ବଦଳାଇଦିଏ
ଆଜି ସେ ଦୁନିଆରେ
ଶ୍ରେଷ୍ଠ ମଣିଷଟିଏ
ସେ ଆଜି କହେ ଆରେ ବାବୁ
ଏମିତି କାମ କରିବା ଉଚିତ ନୁହେଁ
ଜଗତକୁ ସେ ଦିଗଦର୍ଶନ ଦେଇଯାଏ
ଭୁଲ ଭିତରେ ହିଁ ଠିକ
ଲୁଚି ରହିଛି
ତାକୁ ଖୋଜିବାର ଅନୁଭବ କରିବାର
ସମୟ ଜାରି ରହିଛି
ସେ ପିଲା ଦିନ
ଆଜି ମନେ ପଡୁଛି ।
