STORYMIRROR

ଜୁଜେଶ !!

Children

3  

ଜୁଜେଶ !!

Children

ଖଜୁରୀ କୋଳି

ଖଜୁରୀ କୋଳି

1 min
223

ଦେଖ ଦେଖ ସେ

ଖଜୁରୀ ଗଛ ତଳେ

            ପିଲା ଛୁଆ ବସିଛନ୍ତି ଦଳେ


ଆରେ କିଏ ଗଛ ଚଢିବ

               ଖଜୁରୀ କୋଳି ପାଚିଲାଣି

ଖାଇଲେ ମଜା ଆସିବ


ସେ ଗଛଟା ଏତେ ବଡ

ଚଢିବାକୁ ଲାଗୁଛି ଭାରି ଡର

ଚଢୁ ଚଢୁ ଖସି ଗଲେ

ଗୋଡ ହାତ ଭାଙ୍ଗି

           ହୋଇଯିବ ଚୁରୁମାର


କିଛି ଉପାୟ         ଅଛି ନିଶ୍ଚୟ

       କୋଳି ଖାଇ ଖାଇ

       ହେବାକୁ ଆନନ୍ଦମୟ


  ହେଲେ କ'ଣ କରିବା

ପାଖରେ ନାହିଁ ଲମ୍ବା ବାଉଁଶ


ଜଣେ ସାଙ୍ଗର ନୂଆଁ ପ୍ରୟାସ

   ଟେକା ଫିଙ୍ଗି ଖଜୁରୀ

ଝଡାଇବାର ଛୋଟିଆ ଆଶ


ଟେକା ପରେ ଟେକା

ଫିଙ୍ଗା ଫିଙ୍ଗି ଚାଲିଲା

             ଖଜୁରୀ କୋଳିର

              ବରଷା ଝରିଲା


ସମସ୍ତଙ୍କ ଖୁସିର ସୀମା

ଆକାଶକୁ ଛୁଇଁଲା


ଖଜୁରୀ କୋଳି ଗୋଟାଉ ଗୋଟାଉ

ଖଜୁରୀ ଗଛରୁ ଟେକା ଆସି

ଜଣକର ମୁଣ୍ଡରେ ବରଷି ଗଲା


ଝର ଝର ହେଇ

      ରକତର ଧାର ବହିବାରେ ଲାଗିଲା 

       ଆରେ ଆରେ କ'ଣ ହେଲା


ଜଣେ ସାଙ୍ଗ     ଦଉଡି ଦଉଡି

      ଘରକୁ ଯାଇ 

ତମ ପୁଅର ମୁଣ୍ଡ ଫାଟିଯାଇଛି

      ଜଣାଇଦେଲା


ଅଜଣାତରେ ହେଉଥିଲା ଭୁଲ

ଜୀବନକୁ ବଦଳାଇଦିଏ

ଆଜି ସେ ଦୁନିଆରେ

ଶ୍ରେଷ୍ଠ ମଣିଷଟିଏ


ସେ ଆଜି କହେ ଆରେ ବାବୁ

ଏମିତି କାମ କରିବା ଉଚିତ ନୁହେଁ

ଜଗତକୁ ସେ ଦିଗଦର୍ଶନ ଦେଇଯାଏ


     ଭୁଲ ଭିତରେ ହିଁ ଠିକ

         ଲୁଚି ରହିଛି

ତାକୁ ଖୋଜିବାର  ଅନୁଭବ କରିବାର

       ସମୟ ଜାରି ରହିଛି


  ସେ ପିଲା ଦିନ

ଆଜି ମନେ ପଡୁଛି ।














ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children