STORYMIRROR

ଜୁଜେଶ !!

Abstract Fantasy Inspirational

3  

ଜୁଜେଶ !!

Abstract Fantasy Inspirational

ଥଣ୍ଡା ଥଣ୍ଡା ପାଗ

ଥଣ୍ଡା ଥଣ୍ଡା ପାଗ

1 min
146

ଥଣ୍ଡା ଥଣ୍ଡା ପାଗ ଏ ଥଣ୍ଡା ଥଣ୍ଡା ପାଗ

ଭଜା ବାଦାମ

ଖାଇବାକୁ ଆଣ ଆଗ


ଖୁସି ଭରିଦିଏ ମନରେ

ଟିପି ଟିପି ବରଷା

ବରଷାରେ ଭିଜିଲେ

ମନେ ପଡେ ପିଲା ଦିନ କଥା

ଦୁଆର ଦାଣ୍ଡରେ ଭିଜୁଥାଏ

ଧରିଥାଏ ରଙ୍ଗିନ ଛତା


ଘଡଘଡି ଶବଦକୁ ଭାରି ଡରେ

ଲୁଚିଯାଏ ମା'ର ପଣତକାନିରେ

ତତେ କେତେ ବେଳୁ       

ଡାକୁଛିରେ ଧନ କହି

ମାଆ କୋଳେଇ ନେଇଥାଏ ବାହୁରେ


ଥଣ୍ଡା ଥଣ୍ଡା ପାଗ ଆଜି ଥଣ୍ଡା ଥଣ୍ଡା ପାଗ

ସମସ୍ତଙ୍କ ହାତରେ              

ମୋବାଇଲ ସେଟ୍

ଏ ତ ଇଣ୍ଟରନେଟ ଯୁଗ


ଲକ୍ ଡାଉନ ସଟ୍ ଡାଉନ୍

ଭାରି ବୋରିଙ୍ଗ୍ ବୋରିଙ୍ଗ ଲାଗୁଛି

କାମ ନାହିଁ ଧାମ ନାହିଁ ବସି ବସି ରହିଛି


କିଏ ଭିଡିଓ ଦେଖୁଛି ତ

କିଏ ଭିଡିଓ ଗେମ୍ ଖେଲୁଛି

କିଏ କଥା ହେଇ କଥା ହେଇ ଆଗେଇ ଯାଉଛି


କାହିଁକି ନା ତା ହାତରେ

ମୋବାଇଲ୍ ସେଟ ଅଛି


ଥଣ୍ଡା ଥଣ୍ଡା ପାଗ

ଆକାଶରେ,

ଖଣ୍ଡ ଖଣ୍ଡ କଳା ଧଳା ମେଘ  ।

ଆହା କି ମନ ଲୋଭା

ଇନ୍ଦ୍ରଧନୁ ସପ୍ତରଙ୍ଗ  ।


ଚାଷୀ ଭାଇ ମନରେ ଛୋଟିଆ ଆଶା

ହୁଅନ୍ତା କି ମନ ଭରି ବରଷା


ହଲ କରନ୍ତି ମଞ୍ଜି ବୁଣନ୍ତି

ଫଲିଥାନ୍ତା ସୁନାର ଫସଲ

ସେ ଫସଲ ପାଇ     

ଦେଶର ଅର୍ଥନୀତି

ହୁଅନ୍ତା ସବଳ


ଖରା ବରଷା କାକର ସହି

ଦେହରୁ ଝରାଇ ଥିବା ଝାଳ, 

ପାଇଯାଇଥାନ୍ତି ତାର ଉପଯୁକ୍ତ ମୂଳ


ଥଣ୍ଡା ଥଣ୍ଡା ପାଗ

ଧିରେ ଧିରେ ଚାଲେ   

ସମୟର ବେଗ

ଧିରେ ଧିରେ ଚାଲୁଥିବା

କଲମର ବେଗ

ବଦଳାଇଦିଏ ଜଣକର ହୃଦୟର ଭାବବେଗ। 



विषय का मूल्यांकन करें
लॉग इन

Similar oriya poem from Abstract