STORYMIRROR

ଜୁଜେଶ !!

Abstract Action Fantasy

4  

ଜୁଜେଶ !!

Abstract Action Fantasy

ବଦଳୁଛି ଦୁନିଆ

ବଦଳୁଛି ଦୁନିଆ

1 min
231

ବଦଳୁଛି ଦୁନିଆ

ବଦଳୁଛି ସମୟ

ବଦଳୁଛି ମୌସମ

ବଦଳୁଛି ମାନବ


5ବର୍ଷ ତଳେ ମୁଁ

ତମ ଗାଁ ଯାଇଥିଲି

ଅଙ୍କା ବଙ୍କା କଚା ରାସ୍ତାରେ

ଖୁସିରେ ଚାଲୁଥିଲି

ଚାଲ ମାଟି ଛପର

ଘର ଦେଖିଥିଲି

ତମ ସାହି ଛକ କୋଳି

ଗଛ ମୂଳେ ବସି

ଗୀତ ଗାଉଥିଲି


ନା ଅଛି କଚା ରାସ୍ତା

ନା ଅଛି ଚାଲ ଘର

ନା ଅଛି କୋଳି ଗଛ


ସବୁକିଛି ନୂଆଁ ନୂଆଁ ଲାଗୁଛି

ସତେ ଯେମିତି

ଏ ଗାଁ ପ୍ରଥମ ଥର ଆସିଛି

ଯାହା ସବୁ ଦେଖିଥିଲି

ସେ ସବୁ କେଉଁଠି ହଜି ଯାଇଛି


କିନ୍ତୁ ଆଜିକାଲି

ସେ ସବୁ ନଜରକୁ

ଆସୁନାହିଁ

ମୋର ମନେ ହେଉଛି

କିଛି କରିପାରି ନାହିଁ

ଏ ଜଗତ ପାଇଁ


ଯିଏ ମଦ ପିଇ

ମାତାଳ ହେଇ

ରାସ୍ତା କଡରେ ଶୋଇ

ରାତିଟା ବିତାଉଥିଲା

ସେ ବିବାହ ହେଲା ପରେ

ତା ଜୀବନରେ

ପରିବର୍ତ୍ତନ ଆସିଲା


ଯେଉଁଠି

ନାଳ ଜଙ୍ଗଲ ଥିଲା

ବଡ ବଡ କୋଠା

ସେଇଠି


ସବୁକିଛି ବଦଳୁଛି ଦୁନିଆରେ

ହେଲେ ମୁଁ ବଦଳୁ ନାହିଁ କାହିଁକି


ବଦଳିବାକୁ ହେବ ମତେ

ବଦଳିବାକୁ ହେବ

ଦୁନିଆରେ ନୂଆଁ କିଛି

କରିବାକୁ ହେବ

ତେବେ ଯାଇ

ଏ ଜୀବନ ସାର୍ଥକମୟ ହେବ


ଏବେ ଯଦି ଲକ୍ଷ୍ୟ

ପଥରେ ଚାଲିବିନି

ତେବେ କେବେ ଚାଲିବି

ହାରିବା ଜିତିବା ରଙ୍ଗମଞ୍ଚ

ନାଟକରେ ଅଭିନୟ କରିବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract