STORYMIRROR

ଜୁଜେଶ !!

Abstract Action Inspirational

4  

ଜୁଜେଶ !!

Abstract Action Inspirational

ତୁମକୁ ପାଇଲା ପରେ

ତୁମକୁ ପାଇଲା ପରେ

1 min
219


ତୁମକୁ ପାଇଲା ପରେ ପରେ

ମୋ ବ୍ୟବହାର, ମୋ ଚରିତ୍ର,

ମୋ କହିବାର ଶୈଳୀ

ବଦଳିଛି ଧିରେ ଧିରେ  ।


ଏତେ ବଡ ଦୁନିଆରେ

ତୁମକୁ ବେଶି ଭଲପାଏ

ବିଶ୍ୱାସ ବି କରେ,

ଭଲପାଇବା ହିଁ ଭଲପାଇବା

କେବଳ

ତୁମ ପାଇଁ

ମୋ ହୃଦୟରେ ।


ମନ କହେ ତମ ବିନା

ମୁଁ ମୂଲ୍ୟହୀନ... ଅର୍ଥହୀନ...

କିଛି ନୁହେଁ ଏ ଦୁନିଆରେ  ।


ତୁମ ଓଠରେ ହସ ଟିକେ

ଦେଖିବା ପାଇଁ

ଭିଟାମାଟିକୁ ଛାଡି

ସହରରେ ଘର ତୋଳିଛି


କାହିଁକି ତମେ ଏତେ

ନିଷ୍ଠୁର ହେଉଛ

କଥାରେ କଥାରେ

ମୋ ଉପରେ

ରାଗି ଯାଉଛ ।


କୁହ ?

କୁହ ତୁମକୁ କି ଖୁସି ଦେଇନି

ମୋ ଉପରୁ

ତମ ଅଭିମାନ ସରିନି


ଯିଏ ମତେ ଜନମ ଦେଇ

ଏ ଦୁନିଆ ଆଣିଛି,

କେମିତି ଭୁଲିବି,

ସହରେ ମହଲେ ଶୋଇଲେ ବି

ନିଦ ହେଉନି,

ପିଲା ଦିନ କଥା ଗୋଟି ଗୋଟି ମନେ ପଡୁଛି


ତମ ମାଆ ଦେହ

ଯେବେ ଖରାପ ହେଉଛି

ତୁମକୁ କେମିତି ଲାଗେ

ଗାଁକୁ ଯିବି ଗାଁକୁ ଯିବି ନିରନ୍ତର କହୁଥାଅ


ହେଲେ ଆଜି ମୋ ଗାଁରୁ

ଟିକେ ବୁଲି ଆସିଲି ବୋଲି

ଏତେ ଅଭିମାନ କରିଯାଅ


ବୁଝିଯାଅ ମୋ କଥା ଥରେ

ନହେଲେ ତୁମକୁ

ପର କରିଦେଇପାରେ,


ତୁମକୁ ତମ ବାପ ଘରେ

ଛାଡିଦେଇପାରେ


ତେବେ ଯାଇ ମୋ ପ୍ରେମକୁ

ଅନୁଭବ କରି ପାରିବ

ଲୁହ ଝରିବ ତମ ଆଖିରେ  ।


ତୁମକୁ ପାଇଲା ପରେ 

ମୋ ବ୍ୟବହାର, ଚରିତ୍ର, କହିବାର ଶୈଳୀ

ବଦଳିଛି ଧିରେ ଧିରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract