Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Drama

4  

Ajit Kumar Raut

Drama

ଇଷ୍ଟଦେବୀ

ଇଷ୍ଟଦେବୀ

1 min
235



ଜୀବନ ଯାତ୍ରାରେ ଇଷ୍ଟଦେବୀ ମୋର

ଗୃହେ ମୋର କୁଳ ଦେବୀ

ଜନନୀ ମୋହର ଆଦିଶକ୍ତି ମାଆ

ଗୃହେ ମୋର ଦୁର୍ଗା ଦେବୀ ।


ଅହର୍ନିଶି ନାମ ତାଙ୍କରି ଗାଉଛି

ବିପଦ ତାରିଣୀ ମାଆ

ବିପଦ ଭଞ୍ଜନୀ କଷ୍ଟ ନିବାରଣୀ

ଆଦି ଶକ୍ତି ମୋର ମାଆ ।


ପୂରଣ କରିବି ଗୃହର ଧର୍ମକୁ

ଶକ୍ତି ମୋରେ ଭରି ଦିଅ

ତୁମରି କରୁଣା ସିଞ୍ଚି ଦିଅ ମାଆ

ଗୃହରେ ଆନନ୍ଦ ଦିଅ ।


ଜୀବନ କର୍ତ୍ତବ୍ୟ ପୂରଣ କରିବି

ଏତିକି ମାଗୁଣି ମୋର

କର୍ତ୍ତବ୍ୟ ପଥରେ ମଙ୍ଗଳ କର ମା

ଗୃହ ଧର୍ମ ପୁରୁ ମୋର ।


ଶୁଭ ମଙ୍ଗଳରେ ଗୄହ ଭରି ଦିଅ

ଇଚ୍ଛା ମୋର ପୂର୍ଣ୍ଣ ହେଉ,

ସଙ୍ଖଧ୍ବନୁ ଆଉ ହୁଳହୁଳି ଶବ୍ଦ

ଆଶିର୍ବାଦ ତୋର ହେଉ ।


ଗୃହର କର୍ତ୍ତବ୍ୟ ପୂର୍ଣ୍ଣ କରିଦିଅ

କୁଳ ଦେବୀ ମାତା ତୁହି

କୁଳର ଜନନୀ ଇଷ୍ଟ ଦେବୀ ମୋର

ସର୍ବୋପରି ମାତା ତୁହି ।


ମଙ୍ଗଳମୟଟି ଗୃହକରି ଦେବେ

ମନବାଞା ପୂର୍ଣ୍ଣ ହେଉ

ଚିନ୍ତାମୟ ନୋହୁଁ ଜୀବନ ମୋହର

ଅଭିଳାଷା ପୂର୍ଣ୍ଣ ହେଉ ।


ଜୀବନ ଯାତ୍ରାରେ ଇଷ୍ଟଦେବୀ ମୋର

ଗୃହେ ମୋର କୁଳଦେବୀ

ଜନନୀ ମୋହର ଆଦିଶକ୍ତି ମାତା

ଗୃହେ ମୋର ଦୁର୍ଗା ଦେବୀ ।


Rate this content
Log in

Similar oriya poem from Drama