STORYMIRROR

Sarat Manhira

Drama Fantasy

4  

Sarat Manhira

Drama Fantasy

ମୁଁ ଓଡିଶା

ମୁଁ ଓଡିଶା

1 min
196


ଓଡ଼ିଆ ଭଳି ଜ୍ଞାନୀ ମୁଁ

ଖାରବେଳ ଭଳି ସ୍ୱାଭିମାନ ମୁଁ

ସୁବାଷବୋଷ ଭଳି କଠୋର ମୁଁ

ପୁରୀ ଭଳି ସିଦ୍ଧି ମୁଁ (1)


ପଠାଣିସାମନ୍ତ ଭଳି ଜ୍ୟୋତିଷ ମୁଁ

ହରେକୃଷ୍ଣ ମହତାବ ଭଳି ରାଜନୈତିକ ମୁଁ

ଅରୁଣ ସ୍ତମ୍ଭ ଭଳି ଦଣ୍ଡାୟମାନ ମୁଁ 

ବିଶାଳ ଭଳି ଓଡିଶା ପ୍ରଦେଶ ମୁଁ (2)


ଚିଲିକା ଭଳି ସୁନ୍ଦର ଦୃଶ୍ୟ ମୁଁ

ଖଣ୍ଡଗିରି ଭଳି ଇତିହାସ ମୁଁ

ଓଡିଶା ବାସୀ ର ରକ୍ତ ମୁଁ

ବୀର ସୁରେନ୍ଦ୍ର ସାଏ ଭଳି ବଳବାନ ମୁଁ (3)


ଉତ୍କଳ ଭଳି ସାମ୍ରାଜ୍ୟ ମୁଁ

ଓଡ଼ିଆ ପୁତ୍ରୀ ଭଳି କାରୁବାକୀ ମୁଁ

ଭୁବନେଶ୍ୱର ର ପ୍ରେମ ମୁଁ

ଓଡିଶୀ ନୃତ୍ୟ ଭଳି ଦିୱାନା ମୁଁ (4)


ଶିକ୍ଷାକେନ୍ଦ୍ର ଭଳି ବାଣୀବିହାର ମୁଁ

ହିନ୍ଦୁ ଭଳି ଧାର୍ମିକ ମୁଁ

ଚକିତ ଭଳି କୋଣାର୍କ ମୁଁ

କର୍ମବୀର ଭଳି ଗୌରୀଶଙ୍କର ମୁଁ (5)


ରାଧାନାଥ ଭଳି କବି ମୁଁ

ଗୋପବନ୍ଧୁ ଭଳି ପ୍ରତିଛବି ମୁଁ

ସ୍ୱାଧୀନତା ସଂଗ୍ରାମୀ ଭଳି ମଧୁସୂଦନ ମୁଁ

କୋଟି ଲୋକମାନଙ୍କର ପରିବାର ମୁଁ (6)


ବିଶ୍ୱ ଭଳି ମମତା ମୁଁ

ବିକାଶ ଭଳି ରାଉରକେଲା ମୁଁ

ସ୍ୱର୍ଗ ଭଳି ଦାରିଙ୍ଗବାଡି ମୁଁ

ଦେବତା ଭଳି ଜଗନ୍ନାଥ ମୁଁ ( 7)


ଶ୍ରମ ଭଳି କୃଷକ ମୁଁ

ଶାଢ଼ୀ ଭଳି ସମ୍ବଲପୁରୀ ମୁଁ

ଫୁଲ ଭଳି ମୋ ଓଡ଼ିଶା ମାଟି ମୁଁ

ସହିଦ ଭଳି ଲକ୍ଷ୍ମଣ ନାୟକ ମୁଁ (8)


କଳିଙ୍ଗ ର ନୂଆ ସ୍ବପ୍ନ ମୁଁ

ଉତ୍କଳ ଜନନୀ ର ତାନ ମୁଁ

ସୂର୍ଯ୍ୟ ଭଳି ନ୍ୟାୟ ମୁଁ

ତ୍ୟାଗ ଭଳି ବାଜିରାଉତ ମୁଁ (9)


ସନ୍ଥ ଭଳି ଭୀମଭୋଇ ମୁଁ

ପର୍ବ ଭଳି ଦଶହରା ମୁଁ

ଅତିଥି ଭଳି ପୂଜ୍ୟ ମୁଁ

ମହାନଦୀ ଭଳି ପୁଣ୍ୟ ମୁଁ (10)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama