STORYMIRROR

Sarat Manhira

Abstract Classics

4  

Sarat Manhira

Abstract Classics

ରାଣୀପୁର ଝରିଆଲ

ରାଣୀପୁର ଝରିଆଲ

1 min
408


       ଯୁଗଯୁଗାନ୍ତର ଛୋଟ - ଛୋଟ ମନ୍ଦିର

       କେଉଁ ସୁନାର ପାହାଡ଼ କୁ ତଡି

       ଗଢ଼ିତୋଳିଛି ଏ ମାଟିର କାରିଗର

       ପୁଣି.............


      କେଉଁ ଶତାଦ୍ଧି ର ଭଗ୍ନସ୍ତୁପ

      ଏତେ ଶକ୍ତକଲା ଏହାର ଶରୀର

      ବ୍ରଜକାନ୍ତ ପରି ନିର୍ଦୟ, ମୃୟମ୍ରାଣ

      ଭିନ୍ନ - ଭିନ୍ନ ଦେବା ଦେବୀ ର ରୂପଚିତ୍ର

      ରାଣୀପୁର - ଝରିଆଲ ଗାଁ ମଧ୍ୟସ୍ଥ

      ଯେବେ ଓହ୍ଲାଏ ମେଘଚିତ୍ରକର

      ସପ୍ତରଙ୍ଗୀ ଚଟାଣରେ ବୁଣିଦେଇ

      ଲିଭି ଚାଲିଯାଏ କେଉଁଦୂର.........


      ନୟନ ପିତୁଳା ଯେତେ ଦିଗଦିଗନ୍ତର

      ଚଟାଣ ରେ ଅବସ୍ଥାନ ଛୋଟ - ଛୋଟ ମନ୍ଦିର

      ମୂଳ ରୁ ଚୁଳ ଯାଏଁ ଭବ୍ୟ ଶୀଳାପଥର

      ଲୋକ କଥା ର ରହିଛି ଗୃଢତଥ୍ୟ

      ଶୈବ, ଶାକ୍ତ, ବୈଷ୍ଣବ, ତନ୍ତ୍ର, ବୌଦ୍ଧ ସଂଗମ

      ସ୍ଥଳୀ ଥିଲା ଏ ପୀଠଦେଶ........


      ବାରବର୍ଷ ର ଅତୀତ ପ୍ରେମ ସମ୍ପର୍କ

      ଖୋଲା ଆକାଶ ରେ ଚାହିଁରହିଛି ପ୍ରତାରଣା ର ବାଟ

      ନୀରବ, ନିଶବ୍ଦ ଚାରିକୋଣ

      ମଝିଦ୍ୱାର ରେ ସୃଷ୍ଟିକର୍ତ୍ତା ବ୍ରହ୍ମଦେବ

      ତଳରେ ଅଗ୍ରପୂଜ୍ୟ ଗଣେଶ

      ଚାରିସ୍ବପ୍ନ ରମ୍ୟପାହାଚ ରେ

      ଜୀବନ ବହି ଅଲୋଡ଼ା ମୃଢ଼

      ଗୁନ୍ଥି ରହିଛି ଚଉଷଠି ଦେବୀ ର ପ୍ରତିମୂର୍ତ୍ତି ବିଦ୍ୟମାନ

      ଯାହା "ଚଉଷଠି ଯୋଗିନୀ" ଭାବେ ପରିଚିତ.......


      ସମ୍ମୁଖରେ ବନ୍ଧୁ "ଚକ୍ରବ୍ୟୁହ " ଘେର

      ସମସ୍ତ ଙ୍କ ପ୍ରଶ୍ନବାଚୀ ର ଦୃଷ୍ଟିକୋଣ

      ଆମେ ଜଣେ - ଜଣେ ଅଭିମନ୍ୟୁ ବୀର

      ତଥାପି ଦୁଃଖ ଚକ୍ରବ୍ୟୁହ ଘେର ରେ କବଳିତ

      ସପ୍ତରଥି ମୋହ, ମାୟା,ଜରା,ବ୍ୟାଧି,ମୃତ୍ୟୁ ତୁଲ୍ୟ

      ତା' ଠାରୁ କିଏ ଜିତି ପାରିଛି କି କୁହ ?......


      

      ନିମ୍ନପାଦଦେଶ ରେ ସୋମତୀର୍ଥ ଧାମ

      ସୋମବଂଶ ର କଳାକୀର୍ତ୍ତ ସୌରଭ

      ଇଷ୍ଟ ଦେବ ହରହର ମହାଦେବ

      ବଲାଙ୍ଗୀର ରାଇଜକୁ କରିଛି ମଣ୍ଡନ 

      ଦ୍ୱାରଦେଶ ରେ ଅବସ୍ଥିତ ସୌମ୍ୟ ସାଗର

      କଇଁପତ୍ର ଛାଇଁରେ ଆଚ୍ଛାଦିତ ନିର୍ମଳ ଜଳ

      ନୌକା ଆତଜାତ ଥିଲା ପୂର୍ବକାଳୀନ......

      


     ଜାଲଦ ମନ୍ଦିର ସାକ୍ଷୀ ପୋଡା ଇଟାର ନିର୍ମାଣ

     ଓଡିଶାର ସବୁଠୁ ବିଶାଳ ଶିବମନ୍ଦିର

     ଶିବଲିଙ୍ଗ ର ଏକ ପ୍ରତିମା ଜ୍ୱଳନ୍ତ ଉଦାହରଣ

     ସେ ସମୟର ଏକ ସ୍ଵାକ୍ଷର ବହନ 

     ମଣିଷ ମାନିଲେ ପଥର ବି ଈଶ୍ୱର

     ନ ମାନିଲେ ସେଇଠା ବି ନିର୍ଜୀବ ପାଷାଣ.....l



Rate this content
Log in

Similar oriya poem from Abstract