STORYMIRROR

Sarat Manhira

Inspirational Others

4  

Sarat Manhira

Inspirational Others

ତାଙ୍କୁ କିଏ ବୋଲୁଥାଇ ଗୋ

ତାଙ୍କୁ କିଏ ବୋଲୁଥାଇ ଗୋ

1 min
371


ତାଙ୍କୁ କିଏ ବୋଲୁଥାଇ ଗୋ ଜଗତ ବିହାରୀ

ଯଶୋଦା କୋଳେ ପାଳି       ମାଆ କୁ କରିଲେ ଅନ୍ଧୁଣୀ

          ଦେବକୀ କାନ୍ଦଇ ଝୁରି - ଝୁରି

               


ପ୍ରେମମୟୀ ରାଧା ସାଥେ     ରଚିଲେ ପ୍ରୀତି ରାସଲୀଳା

             ଗୋପବୃନ୍ଦାବନେ 

ଛାଡି ଚାଲିଗଲେ ଏକା       କଦମ୍ବ ବିରହ ବନେ

               


ସଖା ସୁଦାମାକୁ ଛାଡି     ପଳାଇଲେ ମଥୁରାପୁରୀ

        ଫେରିଲେନି ଜନ୍ମମାଟି କୁ ତା'ର 

 ପ୍ରତୀକ୍ଷାରେ ଗୋପ- ଗୋପାଙ୍ଗିନୀ  ଅକାଳେ ପଡିଲେ ଝାଉଁଳି

              


ନନ୍ଦର ଗଉଡ଼ କୁଳ      ବୁଡ଼ିଲା ଭେଳା ସୂର୍ଯ୍ୟଅସ୍ତ

      ଚୋରା ପତ୍ନୀରେ ପୁଅ ବିଖ୍ୟାତ

ସେ ଗୋପାଳ ଗଉଡ଼      ଜାତି ର କଳଙ୍କ ଶେଯ

              


କର୍ମ ବିନୁ ଯେ୍ନହେ ଗତି    ତତେ ପାଇ ଦିନ ଦୁଃଖୀ

          ମୀରାର ଅଗାଢ଼ ଭକ୍ତି

ସ୍ବଦେଶୀ ନାରୀ ତ୍ୟାଗି      ବିଦେଶୀ ନାରୀ ଆପଣେଇ

              


ଭାଇ - ଭାଇ ମଦ୍ଧେ       ରଚିଲ ଶତ୍ରୁତା ତୁମ୍ଭେ

       ଜଗତ ରେ ଏକା ପ୍ରଥମେ

କି? ଲାଭ ପାଇଲ        ଘନିଷ୍ଠ ବନ୍ଧନ ଛିଣ୍ଡାଇଲ 

             


ନିଜର ଭଉଣୀକୁ     କଲ ବସ୍ତ୍ର ବିବସନା

        କୁରୁସଭାରେ ଲଜ୍ୟା

ନାରୀ ନାମେ କଳଙ୍କିନୀ   ବୋଳିଦେଲ ଇତିହାସରେ ତହିଁ 

             


ଯା' ମାୟାରେ ଛନ୍ଦି       ମହାଭାରତ ମହାଯୁଦ୍ଧ

        ଦେଖି ପାରିଲେନି କେହି

ସମସ୍ତଙ୍କ ଅଟେ ହତ୍ୟାକାରୀ     ମୂଳରୁ ପଶାଖେଳି

              


ସୁଦର୍ଶନ ତୁମ ନିର୍ଦେଶରେ     କାଟେ ଦେହ ଶିର

            ଭାଇ, ବନ୍ଧୁ ସଖାର

ମାଆର ବିକଳ ରୋଦନ     ଅଭିଶାପ ପଡିବ ନିଶ୍ଚୟ

              


ଅସ୍ତ୍ର ଧରିବିନି ପଣ      ବେଳାଲସନ ଦେଖେ ରକ୍ତରଂଜିତ

        ମିଛୁଆ ଏତେ କର୍ତ୍ତବ୍ୟ ପରାଣ

ଅସୁର କହନ୍ତି ଛଳିଆ     ପ୍ରକୃତରେ ନଟବର ଛଳିଆ

              


ଲଜ୍ୟା ନାହିଁ ତୁମକୁ     କଳି ଯୁଗେ ଅବତରି

        ପୁରୀ ରେ ବସିଛ ଯାଇ

ଶେଷେ ନିର୍ଦୟ ମରଣ     ଜାଣି- ଜାଣି ଅଘୋର ପାପ

            


 ତୋର ମାୟା କି ମୋହ     ନିରାକାର ଆକାର ବେଶ

          ହରି କି ନିନ୍ଦା କଲେ କି ହେବ

ସେ ପରା ଜଗତ ଠାକୁର     ଜାଣିଶୁଣି କରିଲେ ଅଭିନୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational