STORYMIRROR

Sarat Manhira

Inspirational

3  

Sarat Manhira

Inspirational

କଥାରେ ରାଧା ମନ ଯାଏ ମରି

କଥାରେ ରାଧା ମନ ଯାଏ ମରି

1 min
325

ଶ୍ରୀକୃଷ୍ଣ କହନ୍ତି ଶ୍ରୀ ରାଧାମଣିକୁ

 ଯେତେ ପ୍ରେମ କରିଥିଲ ଭୁଲିଯାଅ

ଛୁଆ ଦିନର ଅଜଣା ଖେଳଟିଏ ଭାବି

 ମୁଁ ଯିବି ଏବେ ମଥୁରାପୁରୀରେ

ଫେରିବିନି ଆଉ କେବେ

  ଏ କଥା ଶୁଣି ରାଧା ଅଶ୍ରୁଧାରେ କହନ୍ତି

କେବଳ ଜୀବନସାରା ମୁଁ ହିଁ ପ୍ରେମ କରିଥିଲି

  ବଂଶୀ ସ୍ୱରରେ ପାଗଳି ହୋଇ ମରୁଥିଲି

ଗୋପପୁରର ଦୂତି ସଜନୀ କହୁଥିଲା ମୋତେ

  ନନ୍ଦଲାଲ ଖାଲି ପ୍ରେମ ଛଳିଆ

ତାକୁ କେବେ ପ୍ରେମ କରିବନି ଜମ୍ମା

  ଜାଣି ଶୁଣି ବି ହେଲି ତାର ଲାଗି ଦିୱାନି

ଏତିକି କହି ରାଧାମଣି ଗୁହାରି କରନ୍ତି

  ପ୍ରେମ କରିଥିଲି ଭଗବାନକୁ ନୁହେଁ

ତୁମେ ଯଦି ଭଗବାନ ହୁଅ

  ଆଉ ଜନମରେ ତୁମ ହୁଅ ରାଧା

ମୁଁ ହେବି ଛଳିଆ ନନ୍ଦଲାଲ

  ତେବେ ମୁଁ କହିଦେବି ତୁମକୁ

ଯେତେ ପ୍ରେମ କରିଥିଲ ଭୁଲିଯାଅ

  କେମିତି ବାଧିବ ମନକୁ ତୁମର 

ତୁମେ ଜାଣିବନି ପ୍ରେମ ବେଦନା

  କରିଥିଲେ ସିନା ଜାଣିଥାନ୍ତ 

କେବଳ ଅଭିନୟର ସାଜିଛ

   ମୋ ପ୍ରେମର ଖେଳରେ

 ଏଇ ଦୁଇପଦ କଥାରେ ରାଧା ପ୍ରେମ ଯାଏ ମରି 

   ଶ୍ରୀକୃଷ୍ଣ ବି ଭୋଗନ୍ତି ଏହାର କଳି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational