STORYMIRROR

Sarat Manhira

Others

3  

Sarat Manhira

Others

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
300

ମନେପଡେ ଆଜି ଜୀବନ ଡାଏରୀରେ

  ଅଭୁଲା ସ୍ମୃତିର ସାଥିଟିଏ ହୋଇ

ସମୟ ଚକ୍ରରେ ଖେଳ ସିନା ସରିଗଲା

  କିନ୍ତୁ ଆଜି ଲେଖୁଛି ସେ ଅଭୁଲା କାହାଣୀ l


ମୋର ଏକ ବର ପିଲା ଥିଲା

  ତୁମର ଏକ କନ୍ୟାହାରି ଥିଲା

ଏ ଖେଳ ଚାଲୁଥିଲା ସାଥିରେ

  ଅଜଣା ହୃଦୟ ଭିତରେ l


ଏକ ସୁନ୍ଦର ସମୟ ଥିଲା

  ବରପିଲା ଓ କନ୍ୟାହାରି ବନ୍ଧନ ବାନ୍ଧୁଥିଲୁ

ସାଙ୍ଗ ସାଥି ବାଜା ବଜାଉଥିଲେ

  ତୁମେ ଓ ମୁଁ ମାଆ ବାପା ସାଜିଥିଲୁ l


କିନ୍ତୁ ତୁମେ ମନରୁ ଭୁଲିଯାଇଥିବ

  ବିଭିନ୍ନ ପୋଷାକରେ ସଜାଇବା

ଧୂଳିକୁ ଚାଉଳ ଭାବି ଫିଙ୍ଗିବା

  କାନ୍ଦିବା ବାହାନାରେ ଆଖିରେ ଥୁକ୍କ ଦେବା l


ଏହା ମୁଁ ଦିନେ ଦିନେ ଭାବେ

  ଏ କାହାଣୀ ସତ ହେବ

ଦିନେ ତୁମେ ମାଆ ହେବ ମୁଁ ବାପା ହେବି

  ମାୟା ମିଛ ଦୁନିଆରେ ସେମିତି ବିଲୀନ ହେବୁ l



Rate this content
Log in