ଜାଣେନା ପ୍ରିୟା
ଜାଣେନା ପ୍ରିୟା
ତୁମେ ଦିନେ ମୋତେ ଭଲପାଇଥିଲ
ସତରେ ହେଉ ଅବା ମିଛରେ
ଜାଣେନା ପ୍ରିୟା କେଉଁ ବାହାନାରେ
ପରଦେଶୀ ବଉଦ ଆକାଶେ
ଅସୁମାରୀ ଇନ୍ଦ୍ରଧନୁ ଦେଖେଇ
ଲିଭେଇ ଦେଇଗଲ ତୁମହାତରେ
ବୋଧେ ଏ ପ୍ରକୃତିର ନିୟମ ଥିଲା
ତୁମେ ମୋ ଠୁ ଦୂରେଇ ଯିବା ।
ବେଳେବେଳେ, ଜୀବନ ବି ପରକରିଦିଏ
ନିଜ ନିଶ୍ୱାସକୁ ମାରି,
ଭଲପାଉଥିବା ସେ ବିକଳ ହୃଦୟଟା
କାହିଁ କାହା ସ୍ମୃତିରେ ଭାଙ୍ଗିପଡେ
ଜାଣିପାରିନା କିଛି,
ପୁଣି ବିରହ ମନ ଛଳନାରେ କହେ
ହସି ହସି ।
ହେଲେ ତୁମେ ଏବେ ନାହଁ
ମୋ ମନ କାଗଜରେ
ଭୁଲିବା ପୂର୍ବରୁ ଲିଭେଇ ଦେଇସାରିଛି
ଝରିପଡୁଥିବା ଟୋପାଏ ଲୁହର ବିନ୍ଦୁ ।
ନିରୋଳାରେ ତୁମେ ମନେପଡୁଥିଲ ଦିନେ
ସେହି ଅଭୁଲା ମୁହୂର୍ତ୍ତରେ
ବର୍ତ୍ତମାନ ମନେପଡୁଛ ତୁମେ
ମୋ ଝରୁଥିବା ଲୁହରେ ।
ଜାଣେନା ପ୍ରିୟା ତୁମେ କେଉଁଠିଥିବ
କାହା ସାଥିରେ ଥିବ
କେମିତି ଅବା ଥିବ,
ଯାହା ସାଥିରେ ବି ରୁହ
ହସଖୁସିରେ ଥାଅ l

