STORYMIRROR

Sarat Manhira

Romance Tragedy

3  

Sarat Manhira

Romance Tragedy

ମୋ ପ୍ରିୟାର ବାହାଘର

ମୋ ପ୍ରିୟାର ବାହାଘର

1 min
266


ପରଦେଶୀ ରାଜା ନେଇଯିବ

   ଗଲ୍ଲେହି ପ୍ରିୟା କୁ ମୋର

ବିବାହ ବେଦୀରେ ରହିଛି ଚାହିଁ

   ଆଞ୍ଜୁଳା ଚାଉଳ ଟିଏ ହାତରେ ନାଇ ll


ଟୋପାଏ ସିନ୍ଦୂର ପଡିଲେ ଦାଗ

   ହେଇଯିବ ସେବିକା ତା'ର

ଭୁଲିଯିବ ବାପଘର ଅତୀତ ଖେଳ

    କରିଦେବ ମୋତେ ସାତପର ll


ଥିଲା ଯେତେ ସ୍ମୃତିର ସୌଦାଗର

    ଲିଭିଯିବ ଆଖିରେ ଆଜି ତା'ର

କଇଁ - କଇଁ ମଥା ଯିବ ନଇଁ

    ମୁଁ ରହିଥିବି ଲୁହ ସାଥେ ଏକା କରି ll


ଦେଖୁ - ଦେଖୁ ଚାଲିଯିବ ମାଟି କଣ୍ଢେଇ

     ପରଦେଶୀ ସାଥେ ଗଣ୍ଠି ବାନ୍ଧି

 ସେ ଦିନ ନିଦ ହେବ ଶତ୍ରୁ ମୋର

     ସ୍ମୃତି ପଟଳରେ ଭାସିବ ଯିବ ଅଭୁଲା ଜହ୍ନ ll


ମୋ ପ୍ରିୟା ର ବଧୂ ରାଜେଶ୍ୱରୀ ବେଶ

      କାନ୍ଥ ରେ ରହିଛି ନାମ ଅହରହ

ତାକୁ ପଢିଲେ ମନ କାଗଜ ପତ୍ର

       ଲାଗେ ସତେ ଅଚିନ୍ହା ମାନବ ll

      


ସମୟ ଚକାଭଉଁରୀରେ ନୃତ୍ୟ ପ୍ରିୟା ମନ

     କଅଁଳ କଢ଼ିର ନୟନ କଜ୍ଜଳ

ସଞ୍ଜୁଆ ସମୀରର ଅପୂର୍ବ ମିଳନ

      ଝୁରିଲେ କାହିଁ ପାଇବ ହେ ଶରତ ll


ଭାଗ୍ୟରେ ଲେଖା ନାହିଁ ଯାହାର ହସ୍ତ

    ବିଧି କି? କରିବ ଅସମ୍ଭବ କାର୍ଯ୍ୟ 

ଥିଲେ ଯହିଁ ରାଧା ରାସେଶ୍ବରୀ

     ପାଇଲେ କି? ଛଳିଆ କୃଷ୍ଣ ର ପ୍ରେମମୟୀ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance