ବିଛିନ୍ନ ଏକ ପଡା
ବିଛିନ୍ନ ଏକ ପଡା
ଆମ ଗାଁ ଠୁ ହାତପାହାନ୍ତା ଦୂରରେ
ସୀମାହୀନ ମେଘମାନେ ଉଡିବୁଲିଥାନ୍ତି
ହାତଗଣିତ ଗଛମାନେ ତାକୁ ଅବାକ ପରି ଚାହିଁଥାନ୍ତି
ସେଇ ଗାଉଁଲି ନିରୀହ ପରିବେଶ ମେଳେ
ଚାରି - ପାଞ୍ଚଟା ଇଟାଘର
ତା'ରି ଅଗଣାରେ ଫୁଟିଥାନ୍ତି କେଇଟା କଣ୍ଟାବୁଡ଼ା ଫୁଲ
ଜୀବନ ରନ୍ଧନ ଏକ ଅତୀତ ସୁଖମୟ
କିଏ ଭାଙ୍ଗି ପୁଣି ଗଢୁଛି ନୂଆ ସଂସାର
କେତେ କୁଟୀର ଭିତରୁ ନିର୍ଜୀବ ଧୂଆଁମାନ
ଦରଭଙ୍ଗା କୋଣରୁ ଝାଂପିଯାଉଥିଲା ଶୂନ୍ୟ
ମଣିଷର ନିଷ୍କପଟ - ବିଶ୍ୱାସ ଭାବ .....!
କେବଳ ମାଆର ମମତାକୋଳ
ସମ୍ମୁଖରେ ପଥରବସା ଚଉଁରା ମୂଳ
ସେଇଠି ଆନନ୍ଦର ସୀମାପ୍ରଦେଶ
ଗଢ଼ିଉଠୁଥିଲା ଅଭୁଲା ସମ୍ପର୍କ
ମାୟା, ମିଛର ଅଭେଦ ପ୍ରାଚୀର
ନ ଥିଲା କାହାରି ସନ୍ଦେହ...!
ନିଜହାତରେ ନିଜେ ଲେଖେ ଜୀବନ ପୁସ୍ତକ
ଗୋଟେ ଦିନେରେ ଯୋଡ଼େ ନୂତନ ଅଧ୍ୟାୟ
ଡିବିରୀ ଆଲୁଅରେ ବସି ପଢେ
ବିତିଯାଇଥିବା ଦୁଃଖ ସମୂହ
ପ୍ରତିଟି ପୃଷ୍ଠା ଶିଖେଇ ଦିଏ
ଜୀବନରେ ବଞ୍ଚିବା କୌଶଳ l
