Chittaranjan Nanda

Fantasy Others Children

4  

Chittaranjan Nanda

Fantasy Others Children

ଅନ୍ଧ ଓ କୁସଂସ୍କାର ଦୂରୀଭୂତ ହେଉ

ଅନ୍ଧ ଓ କୁସଂସ୍କାର ଦୂରୀଭୂତ ହେଉ

1 min
420



ବିଧବା ବୋହୁଟିଏ ଥିଲା ଭାରତର 

ଗୋଟିଏ ଗ୍ରାମରେ 

ଶାଶୁକୁ କହିଲା ଛୁଆଟିଏ ଧରିଛି ତିନି

ମାସ ହେଲା ତା ଗର୍ଭରେ ।୧।


ଜୋରସୋରରେ ହଂଗାମା ହୋଇଲା

ପରିବାର ଭିତରେ

ଘମାଘମ କମ୍ପନ ଆସିଲା ସମାଜରେ

ଥିବା ଲୋକଂକ ମନରେ ।୨।


ସମାଜର ଲୋକମାନେ ଏକାଠି ହୋଇ

ପଂଚାୟତ ଡାକିଲେ

ବୋହୁକୁ ଗର୍ଭବତୀ କିଏ କଲା ତାହାର

ନାମ ଜାଣିବାକୁ ଚାହିଁଲେ ।୩।


ପଂଚାୟତର ଭର୍ତ୍ତି ହୋଇଥିବା ଲୋକଙ୍କୁ

ବୋହୁ ବୟାନ ଦେଲା

ତିନିମାସ ପୂର୍ବେ ସେ ପ୍ରୟାଗରାଜ ବୁଲିବ

ବୋଲି ଯାଇଥିଲା ।୪।


ତ୍ରିବେଣୀ ସଙ୍ଗମକୁ ଯାଇ ସେ ତ

ସ୍ନାନ କରିଥିଲା

ଗାଧେଇବା ସମୟରେ ଗଂଗା ମାତାଂକୁ

ଆହ୍ୱାନ କରିଥିଲା ।୫।


ପିଇଥିଲା ତିନିଥର ସେ ଗଙ୍ଗା ଜଳ

ଆହ୍ୱାନ କରିବା ସମୟରେ

କୌଣସି ମହାତ୍ମାଂକର ବୀର୍ଯ୍ୟ ଏହି 

ସମୟରେ ପିଇ ଥାଇପାରେ ।୬।


ସେହି ବୀର୍ଯ୍ୟ ଗଂଗା ଜଳ ସହିତ

ମିଶି ଥାଇପାରେ

ତାହାକୁ ପିଇ ସେ ଗର୍ଭବତୀ ତ

ହୋଇ ଥାଇପାରେ ।୭।

  

ସରପଂଚ ଗର୍ଜନ କରି କହିଲା ଯେ

ଏହା ଅସମ୍ଭବ

ବୀର୍ଯ୍ୟ ମିଶା ଜଳ ପିଇଲେ, ସତରେ

କିଏ ଗର୍ଭବତୀ ହେବା କି ସମ୍ଭବ? ।୮।


ବୋହୁ ଉଦାହରଣ ଦେଲା ଆମ ଧରମ

ଶାସ୍ତ୍ର ଗ୍ରନ୍ଥ ମାନଂକରେ

ଜନମିଲେ ଶୃଂଗୀ ରୂଷି, ବଂଭଣ୍ଡକ ରୂଷିଂକ

ବୀର୍ଯ୍ୟ ସ୍ଫଳନରେ ।୯।


ମକରଧ୍ୱଜ ଜନମ ତ ଲଭିଲା ହନୁମାନଂକର

ପସିନାର ମଳିକୁ ପିଇବାରେ

କୁନ୍ତୀ ଗର୍ଭବତୀ ହୋଇ କର୍ଣ୍ନକୁ ଜନମ ଦେଲେ

ସୂର୍ଯ୍ୟ ଦେବତାଂକ ଆଶୀର୍ବାଦରେ ।୧୦।


ଚାରୁ ପାନକରି ଦଶରଥଙ୍କ ତିନି ରାଣୀ

ଚାରିପୁତ୍ରଂକୁ ଜନମ ଦେଇଥିଲେ

ମାଛର ପେଟରୁ ମସ୍ଛ୍ୟଗନ୍ଧା ଓରଫ୍ 

ସତ୍ୟବତୀ ଜନମିଲେ ।୧୧।


ସୀତା ପରା ଜନମିଲେ ଜମି ଚାଷ 

କରୁ କରୁ ଜମି ଭିତର ଗଡାରୁ 

ବୋହୁ ଜବାବରେ କହେ, ଏ କଥା ଯଦି ସତ, 

ଅସମ୍ଭବ କିଆଁ କୁହ ମୋ କଥା ପଡିବାରୁ ।୧୨।


ଶେଷରେ ପଂଚାୟତରେ ସ୍ୱୀକାରୋକ୍ତିରେ 

ବୋହୁ ବୟାନ ଦିଏ

ସେ ଏ ନାଟକୀୟ କଥା କହିଥିଲା, କିନ୍ତୁ

ସତରେ ସେ ଗର୍ଭବତୀ ନୂହେଁ ।୧୩।


ସେ ଏ ନାଟକୀୟ ପରିବେଶ ସୃଷ୍ଟି କଲା ସମାଜରେ 

ଲୋକଂକର ବୁଦ୍ଧିର ଉଦୟ ହେଉ

ବିଭିନ୍ନ ଧର୍ମ ସମ୍ବନ୍ଧୀୟ ଯେତେ ଅନ୍ଧ ଓ କୁସଂସ୍କାର

ଧାରଣା ସବୁ ଦୂରୀଭୂତ ହେଉ ।୧୪।



Rate this content
Log in

Similar oriya poem from Fantasy