STORYMIRROR

Usharani Sahoo

Fantasy

4  

Usharani Sahoo

Fantasy

କ୍ଷଣିକ ପାଇଁ ମୁଁ

କ୍ଷଣିକ ପାଇଁ ମୁଁ

1 min
294


କେଉଁ ଦେବତାର ଦାସୀଟିଏ ହୋଇ 

ସେଵା ପୂଜା କରୁଥିବି

ମଥାର ଚନ୍ଦନ ନ ସାଜିଲେ ନାହିଁ

ଛଡ଼ା ଫୁଲ ହୋଇଥିବି।

ଦିବାକର ପରି ତେଜୀୟାନ ନୁହେଁ

ଆଲୋକକୁ ଵାଣ୍ଟୁଥିବି

ଦୀପଟିଏ ପରି ଜଳି ଜଳି ମୁହିଁ

ଅନ୍ଧକାର ହରିନେଵି।

ମାଳି ବଗିଚାର ଫୁଲଟିଏ ହୋଇ

ନିତି ଶୋଭା ପାଉଥିବି

ଵାସ ଚହଟାଇ ଦିଗ ମହକାଇ

ହୃଦୟ ମୁଁ ହରିନେଵି।

ସାଗରଟିଏ ମୁଁ ନ ହେଲେବି ନାହିଁ

ଝରଣାଟିଏ ମୁଁ ହେବି

କଳ କଳ ନାଦେ ଝରି ଝରି ମୁହିଁ

ମନ ସଦା ତୋଷୁଥିଵି।

କେଉଁ ବନାନୀର ବଣ ମଲ୍ଲୀ ମୁଁ ଯେ

ବଣରେ ଯେ ଫୁଟୁଥିଵି

ପଥିକଟେ ପାଇଁ ମୁଁ ଯେ ସୁବାସିତ

ବଣରେ ଝାଉଁଳି ଯିବି।

ଵକୁଳ ବନରେ ନୁହେଁ ମୁଁ କାକଳି 

କୁହୁ କୁହୁ ଗାଉଥିଵି

ମଧୁର ବଚନ ତୋଷି ଜନମନ

ମନକୁ ମୁଁ ମୋହିନେଵି।

ସମାଜରେ ଯଦି ଜନ୍ମ ଲଭିଅଛି 

ସାଧାରଣ ପ୍ରାଣୀ ହୋଇ

ସେବା ଯତ୍ନ ମୁହିଁ କରୁଥିବି ସଦା

କର୍ତ୍ତବ୍ୟ ପଥରେ ରହି।

ସୁଖର ଐଶ୍ୱର୍ଯ୍ୟ ନ ଦେଇ ପାରିଲେ

ଦୁଃଖର ସାଥୀ ମୁଁ ହେବି

ପ୍ରତି ମୁହୂର୍ତ୍ତରେ କଷ୍ଟ ଵୁଝିନେଇ

ଆପେ ଆପେ ପିଇଯିବି।

କାହା ପାଇଁ କିଛି ନ ହେଲେ ମୁଁ ନାହିଁ

କ୍ଷଣିକ ପାଇଁ ମୁଁ ହେବି

ତୁମ ଶ୍ରୀ ଚରଣେ ମଥାପାତି ପ୍ରଭୁ

ପାଦ ଧୂଳି ପାଉଥିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy