ଅପାସୋରା ଇତିହାସ ମହାନ ମୋ ଭାରତ
ଅପାସୋରା ଇତିହାସ ମହାନ ମୋ ଭାରତ
ମହାନ ପବିତ୍ର ମୋ ଦେଶ ଭାରତ
ଜନମେ ଲଭିଛି ମୁହିଁ
ଇତିହାସ ଯାର ଗାଉଛି ବୀରତ୍ୱ
ଧନ୍ୟ ସେ ଭାରତ ଭୂଇଁ।
ତୁଷାର ଧବଳ ମୁକୁଟ ଯାହାର
ଗିରି ନାମେ ହିମାଳୟ
କାଶ୍ମୀର ଠାରୁ କନ୍ୟା କୁମାରୀ ଯାଏଁ
ହୋଇଛି ଆବଦ୍ଧମୟ।
ନୀଳ ପାରାବାର ଗାଏ ଯା'ର ଗୀତ
ଚରଣ ତା' ଧୋଇଦେଇ
ସେହି ମୋର ଦେଶ ଶୋଭା ପରିବେଶ
ଶ୍ରେଷ୍ଠ ମୋ ଭାରତ ଭୂଇଁ।
ଯା ପାଣି ପବନ ଅମୃତ ସମାନ
ହିମାଳୟ ଗିରିଧାରୀ
କେତେ ମନୋରମ ସୈାନ୍ଦର୍ଯ୍ୟ ତା'ର
ତା'ପରି ନୁହେଁ କେ ସରି।
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ସବୁଜ ଗିରିଵନାନୀ
କୁଳୁକୁଳୁ ନାଦେ ଝଙ୍କାରର ସ୍ୱର
ସାଗର ଝରଣା ନଈ।
ପବିତ୍ର ଭାରତ ଧରାଧାମ ଏହି
ସୁଯୋଗ୍ୟ ସୁତ ଜନନୀ
ମାତୃତ୍ଵ ଭରା ପ୍ରିତୀ ମମତାରେ
ବନ୍ଧା ତୋ ମଉଡମଣି।
ଏ ଦେଶରେ କେତେ ଜନ୍ମ ଲଭିଛନ୍ତି
ମହାନ ପୁରୁଷ ଗଣ
ଅସୀମ ଅକ୍ଷୁର୍ଣ୍ଣ ବୀରତ୍ୱ ମହିମା
ଅମର କରିଛି ପୁଣ।
ନେହେରୁ ଗୋପବନ୍ଧୁ ମହାତ୍ମାଗାନ୍ଧୀ
ନେତାଜୀ ସୁବାଷ ବୋଷ
ଲାଲ୍ ଵାଲ୍ ପାଲ୍ ସୁରେନ୍ଦ୍ର ସାଏ
ସଂଗ୍ରାମୀ ଵାଜି ରାଉତ।
ଦେଶ ମାତୃକାର ସେବା କରି ସିଏ
ରଖିଛନ୍ତି ଯଶ ଖ୍ୟାତ
କାଳ କାଳକୁ ସେ ଚୀର ସ୍ମରଣୀୟ
ରହିଛି ଅଲିଭା ଦାଗ।
ପୁରୁଷ ଉତ୍ତମ ଯଯାତି କେଶରୀ
ବୀର ରାଜା ଖାରବେଳ
ଲକ୍ଷେ ରାଜାଙ୍କର ମଉଡମଣି ସେ
ପୁଣି ଅନଙ୍ଗଭୀମ ଦେଵ।
କେତେ କେତେ କବି ମୁନି ଋଷିଗଣ
ରଚିନା ଗୀତ ନାଟକ
ଚମ୍ପୁ ଚଉପଦୀ କାବ୍ୟ ମହାକାବ୍ୟ
ଲେଖିଲେ ମହାନାୟକ।
ପର୍ବପର୍ବାଣୀ ଓ ସଂସ୍କୃତି ପରମ୍ପରା
ସବୁଠାରୁ ଯେ ନିଆରା
ଏକତା ସୂତ୍ରରେ ବାନ୍ଧି ହୋଇଛନ୍ତି
ଭାତୃତ୍ବର ଭାବଧାରା।
ଭୂଲିହେଵ ନାହିଁ ମୋ ଭାରତ ଭୂଇଁ
ସବୁଠାରୁ ଶ୍ରେଷ୍ଠ ଅଟେ
ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ
ଇତିହାସ ପୃଷ୍ଠା ରଟେ।