STORYMIRROR

Mr.GAGAN BIHARI NAYAK

Abstract Fantasy

4  

Mr.GAGAN BIHARI NAYAK

Abstract Fantasy

ଆଶା

ଆଶା

1 min
515


ଆଶା ତୁମ ଠାରୁ ମିଳିଲାନି ବୋଲି

ନିଜ ଆଶା ନେଇ ଚାଲୁଛି ।

ନିରାଶାର କେତେ ଦୁଃଖ ସହିଛି ମୁଁ,

ନିଜ ଭରସା ରେ ବଞ୍ଚିଛି ।0।


ଅତୀତ ରହିଛି ଅନେକ ପଛରେ

ଚାହିଁ ଚାହିଁ ଆଗାମୀକୁ

ପାଇବାକୁ କେତେ ହାତ ଛଡା କରି

ହଜେଇଛି ଅତୀତକୁ।

ସେ ଅତୀତ ଆଜି ପରିହାସେ କହେ

ଜିତିବା ବଦଳେ ହାରିଛି...(୧)


ପ୍ରେରଣା ତ ଏକ ଆଶାର ଉତ୍ସାହ

ଖୁସିକୁ ମୁଁ ସାଥୀ କରିଛି

ନୂଆ ସକାଳର ଉଷାର କିରଣେ

ପୁରୁଣା ଦିନକୁ ଭୁଲିଛି।

ପତ୍ତନ ଉତ୍ଥାନ ଆସିଛି ଜୀବନେ

ପଡିଉଠି କେତେ ଚାଲିଛ...(୨)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract