STORYMIRROR

RUKEYA JABEEN

Abstract Fantasy Others

4  

RUKEYA JABEEN

Abstract Fantasy Others

ଆମେ ଏକାଭଳି

ଆମେ ଏକାଭଳି

1 min
430

ତୁ ଦଉ ଶୀତଳ ଜ୍ୟୋତି,

ମୁଁ ଆଣଇ ହୃଦୟେ ସ୍ଫୁୁୁର୍ତ୍ତିି,

ତୁ ବାଣ୍ଟୁ କୋମଳ ମୃଦୁ ସ୍ପର୍ଷ,

ମୁଁ ବିଚ୍ଛୁରିତ କରାଏ ମନୋଭାବ ହର୍ଷ,

ତୁ ଆପଣା କରୁ ତୋ ଆଲୋକେ,

ମୁଁ ପାର୍ଶ୍ଵବର୍ତ୍ତୀ କରାଏ ମୋ ମହକେ,

ହେଲେ ସକାଳର ଆଲୁଅରେ ,

ତୁ ଯାଉ ପୋଡ଼ି, ମୁଁ ଯାଏ ଝଡି,

ତୁ ଆକାଶ କଇଁ , ମୁଁ ଶେଫାଳି,

ତୋର ମୋର କାହାଣୀ ଏକାଭଳି ।


ତୁ ଗାଉ ଗୀତ ରୁଣୁ ଝୁଣୁ,

ମୁଁ ଗାଏ ମିତ ଝୁଣୁ ଝୁଣୁ,

ତୋ ସ୍ୱର ଲାଗେ ଯେତେ ମଧୁ,

ମୋ ସୁର ଲାଗେ ସେତେ କଟୁ,

ତୋ କଥାରେ ଭରା ମଧୁରତା,

ମୋ ସ୍ନେହ ବି ଲାଗେ ଚତୁୁୁୁରତା,

ହେଲେ ଭାଙ୍ଗିଗଲେ ଥରେ ଆମ କଡି,

ତୁ ଯାଉ ପୋଡ଼ି ମୁଁ ହୁଏ ଫୋପାଡି,

ତୁ ନୂପୁର , ମୁଁ ଘୁଙ୍ଗୁର ଦୁହେଁ ପାଦର ବେଢି ।


ତୁ ଗୋଟିଏ ରାତିର ଅଧା ଲେଖା କାହାଣୀ,

ମୁଁ ଚିରଦିନ ଚିରରାତି ଅର୍ଦ୍ଧ ପୋଡା ରାଣୀ,

ପାହାନ୍ତି ତାରା ସଙ୍ଗେ ତୁ ହଜିଯାଉ ବଣେ,

ଚିକ୍ ମିିିିକ୍ ସୁରୁଜେ ମୁଁ ଲୁୁୁୁାଚିିିିିିିିିିିିଯାଏ କଣେ,

ଶୁଣିବାକୁ ନାହିଁ କେହି ତୋ ଜୀବନ ଗାଥା,

ବୁଝେନାହିଁ କେବେ କେହି ମୋ ଅକୁହା ବ୍ୟଥା,

ହେଲେ ଅଭିନ୍ନ ଯେ ଆକାଂକ୍ଷା ମନେ ଆମରି,

ତୁ ସ୍ନେହ ମାଗୁଣି ମୁଁ ପ୍ରେମ ଅନ୍ଧୁୁୁଣି,

ତୁ ବାରଙ୍ଗନା, ମୁଁ ଅର୍ଦ୍ଧାଙ୍ଗିନୀ,

ଦୁହେଁ ପର ହାତେ କଉଳି । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract