Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amarnath Barick

Fantasy

4  

Amarnath Barick

Fantasy

ଧାରା ଶ୍ରାବଣ

ଧାରା ଶ୍ରାବଣ

1 min
320



ଧରା ଶିରାବଣ ମାସ

ହେଉଛି ବରଷା ଝିପିରି ଝିପିରି

ଗଛ ଲଗାଇବା ଆସ ।


ବିଲରେ ଛନକା ଘାସ

ଖୁଆଇବା ଆଣି ଗାଈ ବାଛୁରୀଙ୍କୁ

ହୋଇବେ ଦୁହେଁ ହରଷ ।


ସୁମନ ଭରିଛି ରସ

କରନ୍ତି ସଂଗ୍ରହ କଙ୍କି ପ୍ରଜାପତି

ଚୁମି ଫୁଲର ସୁବାସ ।


ମେଘୁଆ ଦିଶେ ଆକାଶ

ଆହାକି ସୁନ୍ଦର ପ୍ରକୃତି ରାଣୀର

ମନୋମୁଗ୍ଧକର ବେଶ ।


ହର ପାରବତୀ ରାସ

ଲୀଳା କରୁଛନ୍ତି କୈଳାସ ପର୍ବତେ

ନଭଦେଶେ ପରକାଶ ।


ମନରେ ରଖି ବିଶ୍ୱାସ

ପୂଜିବା ଶିବଙ୍କୁ ଦୁଦୁରା ଜଳରେ

ଶଙ୍କର ଦେବେ ଆଶିଷ ।


କିଏ ସେ ହେବ ସରସ

କହୁଛି କାନନ ବୃକ୍ଷଲତା ରାଜି

ସରିବ ଶ୍ରାବଣ ମାସ ।


ବରଷକେ ବାର ମାସ

ସବୁ ମାସଠାରୁ ବଳି ମହୀୟାନ

ଧାରା ଶିରାବଣ ମାସ ।



Rate this content
Log in

Similar oriya poem from Fantasy