ରଜନୀ
ରଜନୀ
ବଢ଼ି ବଢ଼ି ଯାଏ ରଜନୀ ଯେତିକି
ବଢେ ମନେ ସେତେ ଶୋଷ,
ଦୂରତା ଆଉ ମୋ ଶଯ୍ୟ ହୁଏ ନାହିଁ
ହେଉଛି ରଜନୀ ଶେଷ ।
ଅପୂର୍ଵ ଦହନ ହେ ମୋର ମୋହନ
ଶଯ୍ୟ ହୁଏନି ଦୂରତା,
ପାଖରେ ଥାଇବି ଦୂରେଇ ଯାଉଛ
ବୁଝନି ମନ ବାରତା ।
ଆଖି ଇସାରା ମୋ ବୁଝିପାରୁନାହଁ
ବୁଝନା ଓଠର ବାଣୀ,
କିପରି ଆଉ ବା ବୁଝାଇବି କୁହ
ତୁମ ମନ କଥା ଜାଣି ।
ପ୍ରୀତିର ପିଆଲେ ପିଆଇଦେବି ମୁଁ
ମୋର ଓଠ ମଧୁ ରସ,
ଦୂରତା ଆଉ ମୋ ଶଯ୍ୟ ହୁଏନାହିଁ
ବେଗି ତୁମେ ପାଖେ ଆସ ।
ମଧୁର ମଧୁର କଥାରେ ତୁମର
ମୋହିନେବି ଆଜି ମନ,
ଆଲିଙ୍ଗନେ ଆଜି ସ୍ୱର୍ଗ ସୁଖ ଦେବି
ହେ ମୋର ପାରଣ ଧନ ।
ଯେତେ ବୁଝାଇଲେ ମନ କି ବୁଝଇ
ଚାହୁଁଛି ତୁମ ପରଶ,
ମନେ ମୋର ଯେତେ ଇଛା ଅସୁମାରୀ
ତୁମଠାରେ ସବୁ ଶେଷ ।
ବାହୁ ଆବଦ୍ଧରେ ନେଇଯାଅ ଥରେ
କର ଥରେ ଆଲିଙ୍ଗନ,
ଢେଉ ଭାଙ୍ଗୁଅଛି ଉଛୁଳା ବୟସ
ଦେହ ମୋ ଚନ୍ଦନ ବନ ।
ଯଉବନ ଜ୍ୱାଳା ଶଯ୍ୟ ମୋ ହୁଏନା
ଅଙ୍ଗେ ଅଙ୍ଗେ ଖେଳେ ବନ୍ୟା,
କେମିତି କେଜାଣି ଦୂରେଇ ରହୁଛ
ପାଖରେ କାଉଁରୀ କନ୍ୟା ।
ଓଠରେ ଓଠକୁ ନେସି ଦିଅ ଆଣି
ଗାଲରେ ଦିଅ ଚୁମ୍ବନ,
କେମିତି କେଜାଣି ବୁଝେଇ କହିବି
ହଜିଛି ତୁମଠି ମନ ।

