STORYMIRROR

Barsha Laxmi

Classics Fantasy Inspirational

4  

Barsha Laxmi

Classics Fantasy Inspirational

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
242

ଜୀବନର ରଙ୍ଗ ବେରଙ୍ଗ ହେଲେ ବି

ଆଖି ଆଗେ ନାଚେ ଛବି,

ପର୍ବତ ଉହାଡୁ କେତେ ରଙ୍ଗେ ଦେଖ

ଅବିର ଢାଳନ୍ତି ରବି l


ଗହମ ରଙ୍ଗର କିରଣ ବୁଣନ୍ତି

ଦେଖି ମନେ କେତେ ଆଶା,

ସେ ରୂପ କେମନ୍ତ ବର୍ଣ୍ଣନା କରିବି

ପାଏନାହିଁ କିଛି ଭାଷା l


ସମୁଦ୍ରର ଢେଉ ଗର୍ଜନ କରନ୍ତି

ମାଡି ଆସେ କଳା ମେଘ,

ଗଛ, ଡାଳ, ପତ୍ର ଅବାକ ହୁଅନ୍ତି

ଦେଖି ପବନର ବେଗ l


ବାଦଲ ଉହାଡ଼େ ସୂର୍ଯ୍ୟ ଲୁଚିଗଲେ

ଘୋଟିଗଲା ଅନ୍ଧକାର,

ଚକ ମକ ହୋଇ ବିଜୁଳି ମାରଇ

ଲୀଳା ଖେଳା ପ୍ରକୃତିର l


ଇନ୍ଦ୍ରଦେବ ଆଜି ତାଣ୍ଡବ ରଚନ୍ତି

ବିଛୁରିତ ଇନ୍ଦ୍ରଧନୁ,

ଅପୂର୍ଵ ସେ ଦୃଶ୍ୟ ଅପୂର୍ଵଇନ୍ଦ୍ରଧନୁ 


ଜୀବନର ରଙ୍ଗ ବେରଙ୍ଗ ହେଲେ ବି

ଆଖି ଆଗେ ନାଚେ ଛବି,

ପର୍ବତ ଉହାଡୁ କେତେ ରଙ୍ଗେ ଦେଖ

ଅବିର ଢାଳନ୍ତି ରବି l


ଗହମ ରଙ୍ଗର କିରଣ ବୁଣନ୍ତି

ଦେଖି ମନେ କେତେ ଆଶା,

ସେ ରୂପ କେମନ୍ତ ବର୍ଣ୍ଣନା କରିବି

ପାଏନାହିଁ କିଛି ଭାଷା l


ସମୁଦ୍ରର ଢେଉ ଗର୍ଜନ କରନ୍ତି

ମାଡି ଆସେ କଳା ମେଘ,

ଗଛ, ଡାଳ, ପତ୍ର ଅବାକ ହୁଅନ୍ତି

ଦେଖି ପବନର ବେଗ l


ବାଦଲ ଉହାଡ଼େ ସୂର୍ଯ୍ୟ ଲୁଚିଗଲେ

ଘୋଟିଗଲା ଅନ୍ଧକାର,

ଚକ ମକ ହୋଇ ବିଜୁଳି ମାରଇ

ଲୀଳା ଖେଳା ପ୍ରକୃତିର l


ଇନ୍ଦ୍ରଦେବ ଆଜି ତାଣ୍ଡବ ରଚନ୍ତି

ବିଚ୍ଛୁରିତ ଇନ୍ଦ୍ରଧନୁ,

ଅପୂର୍ଵ ସେ ଦୃଶ୍ୟ ଅପୂର୍ଵ ପରସ

ଭୁଲି ହେଉନାହିଁ ମନୁ l


Rate this content
Log in

Similar oriya poem from Classics