STORYMIRROR

Barsha Laxmi

Abstract Romance Fantasy

4  

Barsha Laxmi

Abstract Romance Fantasy

ତୁମେ ଏବଂ ମୁଁ ଆଉ କିଛି ଯନ୍ତ୍ରଣା

ତୁମେ ଏବଂ ମୁଁ ଆଉ କିଛି ଯନ୍ତ୍ରଣା

1 min
327

ଦେହର ହୃଦୟ କହୁଛି ମୋତେ ସେ

ଦେଇଅଛ ଭାରି କଷ୍ଟ,

ଭଲପାଇ ଆଜି କେଉଁ ଭୁଲ କଲି

କଲ ମୋ ଜୀବନ ନଷ୍ଟ l


ଭଲପାଇବାରେ ଯନ୍ତ୍ରଣା ଏମିତି

ଆଗରୁ ମୁଁ ଜାଣିଥିଲେ,

ପ୍ରେମ ନଈ ତୁଠେ ଶିଉଳିରେ ପାଦ 

ସମ୍ଭାଳି ଥାଆନ୍ତି ଭଲେ l


ସତ କହ ମୋତେ ରାଣ ପ୍ରିୟା ମୋର

କେଉଁ ଅପରାଧ କଲି,

ମିଛଟାରେ କାହିଁ ଲୋତକ ଝରେଇ

କହୁଛୁ ପ୍ରେମେ ଠିକିଲି l


ସତ ମିଛ ଥରେ ନିଜକୁ ପଚାର

କଣ କରିଛ ମୋ ପାଇଁ!

ସବୁବେଳେ ଖାଲି ଛଳନା ତୁମର

ତୋ ବିନା ମୋ କେହି ନାହିଁ l


କାହା ପାଇଁ ଏତେ ଯନ୍ତ୍ରଣା ସହୁଛି

ଛାତିକି କରି ପଥର,

ଚଲା ବାଟେ ତୋର ଫୁଲ ବିଛେଇବି

ସାଥି ହେବୁ ବୋଲି ମୋର l


ଦେଖି ପାରୁନ କି କେତେ ଲୁହ ଝରେ

ଯନ୍ତ୍ରଣା ନପାରେ ସହି,

ଧର୍ଯ୍ୟ ସୀମା ମୋର ଅତିକ୍ରମ ହୁଏ

କା ଆଗେ ପାରେନା କହି l


ସବୁ ଦେଖୁଛି ମୁଁ ସବୁ ତ ବୁଝୁଛି

ଆଉ ତ ଅଳପ ବାକି,

ତୋ ଓଠରେ ଟିକେ ହସ ଦେଖିବାକୁ 

ଦେବି ମୁଁ ନିଜକୁ ବିକି l


ମୋର ହସ ଖୁସି ତୁମ ଠାରେ ଅଛି

ତୁମେ ତାହା ଭଲେ ଜାଣ,

ସବୁ ଜାଣି ତୁମେ ଅବୁଝା କାହିଁକି

କୁହ ବେଗି ମୋର ରାଣ!


କେମିତି କହିବି ଯନ୍ତ୍ରଣା ଟି ମୋର

କେମିତି ମୋତେ ସେ ହୁଏ,

ତୁ କଣ ଜାଣିନୁ ତୁ ଯେବେ ହସିଲେ

ଲୁହ ମୋର ଝରିଯାଏ l


ସବୁ ରାଗ ରୁଷା ଅଭିମାନ ମୋର

ତୁମ ଠାରେ ଦିଏ ଢାଳି,

ରାଗ ଅଭିମାନ ବଦଳରେ ତୁମେ

ଦିଅ ପୀରତିରେ ଜାଳି l


ଯେତେ ଯାହା କଲେ ଅଭିମାନ ମୋର

ସହଜେ କି ହୁଏ ଶେଷ,

ଗୋଡ଼ ମୁଁ କଚାଡି ମୁହଁକୁ ଫୁଲେଇ

ମିଛୁଟାରେ କରେ ରୋଷ l


ରାତି ରାତି ତୁମେ ଶୋଇପାର ନାହିଁ

କାଳେ ମୁଁ ଶୋଇନି ବୋଲି,

ପ୍ରତିକ୍ଷଣେ ତୁମ ନିଦ ଭାଙ୍ଗିଯାଏ

ମନ ଦୁଃଖ ମୁଁ କି କଲି l


ଉପରକୁ ଟାଣ କଥା କୁହ ସିନା

ଭିତରେ ଅଜସ୍ର ପ୍ରେମ,

ମୁଁ କଣ ଖାଲି ତୁମେ ବି ମୋର ଶୁଣି

ଭଲ ପାଇଥିଲ ନାମ l


ବାପାଙ୍କ ଆଗରେ ଲୁହର ସମୁଦ୍ର

ମୋ ପାଇଁ କି ଦେଲ ଢାଳି,

ମୋ ପାଇଁ ପୁଣି ବିନା ଦୋଷେ ତୁମେ

ଶୁଣିଛ ଅଜସ୍ର ଗାଳି l


ଭାବିଦେଲେ ଥରେ ସେଦିନର କଥା

ଛାତି ଯାଉଛି ମୋ ଥରି,

ଆଉ କେହି ନୁହେଁ ବନ୍ଧୁ ସିଏ ମୋର

ସାଜିଲା ମୋର ବଇରୀ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract